କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସର୍ବାନନ୍ଦ ସୋନୱାଲ
ନୂଆଦିଲ୍ଲୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରବିବାର ଆୟୁଷ ମନ୍ତ୍ରୀ ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ବୁଧବାର ସୋନୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ କ୍ୟାବିନେଟରେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ସେ ଏ ପର୍ଯ୍ୟନ୍ତ ତାଙ୍କ ପଦ ଗ୍ରହଣ କରିନାହାଁନ୍ତି । ସେ କେବଳ ନିଷ୍ପତି ନେଇଛନ୍ତି ଯେ, ସେ କେବଳ ରବିବାର ଦିନ ଦାୟିତ୍ୱ ଗ୍ରହଣ କରିବେ । ରବିବାର ତାଙ୍କ ପାଇଁ ଶୁଭ ବୋଲି କୁହାଯାଉଥିଲା ।
