ଯେଉଁ ସ୍ତ୍ରୀର ଏହି ୪ଟି ଅଙ୍ଗରେ ଥାଏ କେଶ, ସେମାନେ ବହୁତ ଭାଗ୍ୟଶାଳୀ!
ଭାରତୀୟ ପରମ୍ପରାରେ ନାରୀଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ରୂପରେ ବିବେଚନା କରାଯାଏ । ଯେଉଁ ଘରେ ନାରୀମାନଙ୍କୁ ପୂଜା କରାଯାଏ ସେଠାରେ ଦେବୀଦେବତାଙ୍କ ବାସ ରହିଥାଏ । ସେହିପରି ଯେଉଁ ଘରେ ସେମାନଙ୍କୁ ଅପମାନ ଓ ନିର୍ଯାତନା ଦିଆଯାଏ ସେଠାରେ ମାତାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ନାରୀ ହେଉଛନ୍ତି ଘରର ଆଧାର । ଜଣେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ ଠାରୁ ବି ସୁନ୍ଦର କରିପାରେ ଏବଂ ନର୍କ ଠାରୁ ମଧ୍ୟ ହୀନ କରିପାରେ । ଶାସ୍ତ୍ରରେ ନାରୀ ମାନଙ୍କ ଅଙ୍ଗ ସମ୍ବନ୍ଧରେ ବିଶେଷ ରୂପରେ ବର୍ଣ୍ଣନା କରାଯାଇଛି । ସାଧାରଣତଃ ନାରୀ ମାନଙ୍କ ଶରୀରରେ ହାଲକା ରୁମ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ନାରୀ ମାନଙ୍କ କେଉଁ ଅଙ୍ଗରେ କେଶ ରହିବା ଶୁଭ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ପ୍ରଥମତଃ :-
ଯେଉଁ ନାରୀ ମାନଙ୍କ ଦେହରେ ହାଲକା କେଶ ଥାଏ ସେହି ନାରୀ ମାନେ ସର୍ବଦା ନିଜ ସ୍ୱାମୀଙ୍କ ସହ ଭଲ ସାଥି ଦେଇଥାନ୍ତି ଏବଂ ଏମାନେ ଘର ପାଇଁ ଲକ୍ଷ୍ମୀ ପ୍ରତିମା ମଧ୍ୟ ହୋଇଥାନ୍ତି । ଏହି ନାରୀମାନେ ନିଜ ପରିବାରର ଧ୍ୟାନ ରଖିବା ସହ କୌଣସି କାର୍ଯ୍ୟ ପାଇଁ ନିଜ ମନରେ ଡର ରଖନ୍ତି ନାହିଁ ।
ଦ୍ଵିତୀୟତଃ :-
ଯେଉଁ ନାରୀମାନଙ୍କ ଆଇବ୍ରୋ ପତଳା ହୋଇଥାଏ ସେହି ନାରୀ ମାନେ ନିଜ ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ ହୃଦୟରୁ ଭଲ ପାଇଥାନ୍ତି ଏବଂ ଏହି ନାରୀମାନେ ବହୁତ ସଂସ୍କାରୀ ମଧ୍ୟ ହୋଇଥାନ୍ତି ।
ତୃତୀୟତଃ :-
ଯେଉଁ ନାରୀମାନଙ୍କ ମଥାରେ ହାଲକା କେଶ ରହିଥାଏ ସେମାନେ ବହୁତ ବୁଦ୍ଧିମତୀ ଏବଂ ଉଚ୍ଚ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏହି ନାରୀ ମାନେ କେବେବି ନିଜର ଘରର ପରମ୍ପରା ଏବଂ ସଂସ୍କାରକୁ ଭୁଲି ନଥାନ୍ତି ଏବଂ ନିଜ ପରିବାରର ନାମକୁ ଉଜ୍ଜ୍ବଳ କରିଥାନ୍ତି । ସେହିପରି ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମସ୍ତ କାର୍ଯ୍ୟରେ ତାଙ୍କ ସାଥ ଦିଅନ୍ତି ।
ଚତୁର୍ଥତଃ :-
ଯେଉଁ ନାରୀ ମାନଙ୍କ ନିଶରେ ହାଲକା ଓ ନରମ କେଶ ରହିଥାଏ ସେମାନେ ଦାନ ଧର୍ମରେ ଅଧିକ ବିଶ୍ୱାସ କରନ୍ତି । ଏହି ନାରୀମାନେ ସର୍ବଦା ନିଜ ସ୍ୱାମୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ଏବଂ ଏମାନଙ୍କ ଉପରେ ପରିବାର ସଦସ୍ୟଙ୍କ ଆଶୀର୍ବାଦ ରହିଥାଏ । ଏହି ନାରୀମାନଙ୍କ ସନ୍ତାନ ବହୁତ ତେଜସ୍ୱୀ ଓ ଚତୁର ହୋଇଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ । ଧନ୍ୟବାଦ !!!
