ବାଲେଶ୍ୱର : ବର୍ଦ୍ଧିତ ତୈଳ ଓ ଗ୍ୟାସ୍ ଦର ବିରୁଦ୍ଧରେ ଶାସଙ୍ଗରେ ସାଇକେଲ ଶୋଭାଯାତ୍ରା
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଳକ ଅନ୍ତର୍ଗତ ଶାସଙ୍ଗ ଗ୍ରାମପଞ୍ଚାୟତ କଂଗ୍ରେସ ତରଫରୁ ଶନିବାର ଅପରାହ୍ନ ୪ଟା ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଅଁ ଦର ବୃଦ୍ଧିକୁ ବିରୋଧ କରି ବାଇଁ ଛକ ଠାରୁ ନୂଆପୁର ଚଟାଣଛକ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କର୍ମୀମାନେ ସାଇକେଲରେ କଂଗ୍ରେସ ପତାକା ଏବଂ ପ୍ଲାକାର୍ଡ଼ ବାନ୍ଧି ବର୍ଦ୍ଧିତ ଦରଦାମ୍ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ସାଇକେଲ ଯୋଗେ ଧାଡ଼ି ହୋଇ ଶୋଭାଯାତ୍ରା କରିଥିଲେ ।
ଅଖିଳ ଭାରତ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ଜିଲା ଅଧ୍ୟକ୍ଷ ବିକାଶ କୁମାର ଦାସଙ୍କ ଆହ୍ୱାନ କ୍ରମେ ଶାସଙ୍ଗ ଗ୍ରାମପଞ୍ଚାୟତର ସଭାପତି ମିଲନ ମଲ୍ଲିକଙ୍କ ନେତୃତ୍ୱରେ ଏହି ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମପଞ୍ଚାୟତର ବରିଷ୍ଠ ନେତା ରମେଶ କୁମାର ଦାସ, ମହେନ୍ଦ୍ର ମଲ୍ଲିକ, ରଘୁନାଥ ସେଠୀ, ନରହରି ବେହେରା, ବାସୁଦେବ ବେହେରା, ଦେବେନ୍ଦ୍ର ମଲ୍ଲିକ, ଛଚିନ୍ଦ୍ର ଦାସ, ଜଳଧର ଦାସ, ନରେନ୍ଦ୍ର ଦାସ, ଅଖିଳ ଭାରତ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ରେମୁଣା ବ୍ଲକ ସଂଯୋଜକ ଜୀବନ କୃଷ୍ଣ ବାରିକ, ଚକ୍ରଧର ବେହେରା, ରୋହିତ ଦାସ ପ୍ରମୁଖ ଏହି ସାଇକେଲ ଶୋଭାଯାତ୍ରାରେ ଯୋଗଦେଇଥିଲେ ।
