ରାଜ୍ୟରେ ଆଉ ୨,୩୩୪ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୩୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୩୪୨ ଓ ସ୍ଥାନୀୟ ଅଞ୍ଚଳରୁ ୯୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୭ହଜାର ୪୭୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୬୪ ଜଣ ଥିବାବେଳେ ବାଲେଶ୍ୱରରୁ ୧୬୪ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୨୧ଜଣ, ବଲାଙ୍ଗୀରରୁ ୬ଜଣ, ବୌଦ୍ଧରୁ ୧୩ଜଣ, କଟକରୁ ୩୭୧ଜଣ, ଦେବଗଡ଼ରୁ ୫ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୧୦୧ ଜଣ, ଯାଜପୁରରୁ ୧୭୯ ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୯ଜଣ, କନ୍ଧମାଳରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୧୯୬ଜଣ, କେଉଁଝରରୁ ୫୧ ଜଣ, ଖୋର୍ଦ୍ଧାରୁ ୩୮୦ଜଣ, କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ୧୩ଜଣ, ମୟୁରଭଞ୍ଜରୁ ୧୦୪ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୯୪ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୦୬ଜଣ, ରାୟଗଡ଼ାରୁ ୩୮ଜଣ, ସମ୍ୱଲପୁରରୁ ୨୧ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୮୭ ଓ ରାଜ୍ୟ ପୁଲରୁ ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୩୭,୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୦୬,୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ୨୬ହଜାର ୩୬୪ଜଣ ସକ୍ରିୟ ମାମଲା ରହିଛି ।
