ନବରାତ୍ରୀରେ ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ଆଜିଠୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!
ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ନ୍ୟାୟର ଦେବତା ଶନିଦେବ ରାହୁ-ଶତାବିଶ ନକ୍ଷତ୍ରକୁ ଚଳନ କରିବେ। ଏହି ନକ୍ଷେତ୍ରରେ ୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବେ। ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ୧୨ଟି ରାଶି ଉପରେ ପ୍ରଭାବ ପକାଇବ। କେଉଁ ରାଶିକୁ ଶୁଭଫଳ ମିଳିବ ତ ଆଉ କାହା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।…
ମେଷ : ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, କ୍ୟାରିୟରେ ଅଭୂତପୂର୍ବ ସଫଳତା ମିଳିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ନିଜ ଭାଇ-ଭଉଣୀଙ୍କ ସମର୍ଥନ ପାଇବେ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।
ବୃଷ : ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ଦୂରଯାତ୍ରା କରିବେ। ଏହି ଅବଧି ମଧ୍ୟରେ ନୂତନ ଗାଡି କିମ୍ବା ଜମି କ୍ରୟ କରିପାରିବେ। ଯେଉଁମାନେ ବିଦେଶରେ ପାଠପଢିବାକୁ ମନୋ ବଳାଇଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ। ଦାନ-ଧର୍ମ ପାଇଁ ମନବଳିବ।
ମିଥୁନ : ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଚାପ କମିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବ୍ୟବସାୟୀଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ଆର୍ଥିକ ଦେଣନେଣ କରନ୍ତୁ ନାହିଁ । କ୍ଷତି ସହିବାର ବଡ଼ ସମ୍ଭାବନା ରହିଛି। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କଲେ ଭଲ ଲାଭ ପାଇବେ। ମାନସିକ ଅଶାନ୍ତି ଲାଗି ରହିବ। ମନକୁ ଶାନ୍ତ ରଖିବା ପାଇଁ ଯୋଗ କରନ୍ତୁ ଏବଂ ସଙ୍ଗୀତ ଶୁଣନ୍ତୁ। ନିଜ ବନ୍ଧୁମାନଙ୍କ ସହ ସମୟ ବିତାନ୍ତୁ।
କର୍କଟ : ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବିପଦ ଡାକି ଆଣିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ -କଚେରୀ ମାମଲାରେ ଅଶୁଭ ଫଳ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଘାଣ୍ଟି ହେବେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। କୌଣସି ଶୁଭକାର୍ଯ୍ୟ ଏହି ସମୟ ମଧ୍ୟରେ ଆରମ୍ଭ କରନ୍ତୁ ନାହିଁ। ବ୍ୟବାସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରନ୍ତୁ ନାହିଁ। ଏହାକୁ ସ୍ଥଗତି ରଖନ୍ତୁ ନଚେତ୍ କ୍ଷତି ସହିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ଦେଖାଦେଇପାରେ।
ସିଂହ : ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଦାୟିତ୍ବ ବୃଦ୍ଧି ହୋଇପାରେ। ଯାହାକୁ ନେଇ ଆପଣ ଚାପରେ ରହିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ତେଣୁ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍ ହୁଅନ୍ତୁ। ଆର୍ଥିକ ସ୍ଥିତିବି ଦୋହଲି ପାରେ। ଯେଉଁଥି ପାଇଁ ପୂର୍ବରୁ ସଂଚୟ ଟଙ୍କାକୁ ଖର୍ଚ୍ଚ କରିବାକୁ ପଡିପାରେ। ବୈବାହିକ ଜୀବନରେ କୌଣସି କାରଣରୁ ଝଡ଼ ସୃଷ୍ଟି ହୋଇପାରେ। ତେଣୁ ନିଜ ସାଥୀଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।
କନ୍ୟା : ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଦୂରଯାତ୍ରାରୁ ଶୁଭଫଳ ମିଳିବ। ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ହେବ। ନିଜ ସନ୍ତାନ ଓ ପରିବାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ସ୍ବାସ୍ଥ୍ୟପ୍ରତି ବେପରୁଆ ହୁଅନ୍ତୁ ନାହିଁ। ସଂକ୍ରମଣ ଜନିତ ରୋଗର ଶୀକାର ହୋଇପାରନ୍ତି।
