ବ୍ୟାସକବି ଫକୀରମୋହନ ଜୟନ୍ତୀ ଉତ୍ସବର ତୃତୀୟ ଦିବସ, ‘ମୋତେ ରାଣୀ ବନେଇ ଦିଅ’ ନାଟକ ମଞ୍ଚସ୍ଥ
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ୧୮୨ତମ ଜୟନ୍ତୀର ତୃତୀୟ ଦିବସରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଓ ଫକୀରମୋହନଙ୍କ ସମ୍ପର୍କିତ ମହାବିଦ୍ୟାଳୟସ୍ତରୀୟ ଜଣାଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଗୋପବନ୍ଧୁଙ୍କ ଉତ୍କଳପ୍ରୀତି’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ସ୍ୱୟଂଜ୍ୟୋତି ସାହୁ ପ୍ରଥମ, ଦେବାଶିଷ ମହାରଣା ଦ୍ୱିତୀୟ ଓ ଲକ୍ଷ୍ମୀଧର ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ‘ଫକୀରମୋହନଙ୍କ ସାହିତ୍ୟରେ ନାରୀଚରିତ୍ର’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଶୁଭଶ୍ରୀ ରାଉଳ ପ୍ରଥମ, ଶିବାନୀ ରାଉଳ ଦ୍ୱିତୀୟ ଓ ଦିବ୍ୟାଶା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜଣାଅଜଣା ପ୍ରତିଯୋଗୀତାରେ ଜୟଶ୍ରୀ ଦାସ ଓ ସିପୁନ୍ ବେହେରା ପ୍ରଥମ, ଦିନେଶ କୁମାର ନାଏକ ଓ ହରିହର ମାହାର୍ଣ୍ଣା ଦ୍ୱିତୀୟ, ଦିବ୍ୟାକ୍ଷୀ ପଣ୍ଡା ଓ ପାର୍ବତୀ ମାହାଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରବନ୍ଧ ପ୍ରତିଯୋଗିତାରେ ଡ. ଶିରୀଶ ଚନ୍ଦ୍ର ଜେନା ବିଚାରକ ଥିବାବେଳେ ଜଣାଅଜଣା କାର୍ଯ୍ୟକ୍ରମକୁ ଡ. ହରିଶ୍ଚନ୍ଦ୍ର ବେହେରା ଓ ଡ. ସାରଙ୍ଗଧର ତ୍ରିପାଠୀ ପରିଚାଳନା କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ୧୭ ତାରିଖ ହେବାକୁ ଥିବା ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ ।
ପୂର୍ବାହ୍ନରେ ଶାନ୍ତିଘାଟ ଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ନୟନାକୁମାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଜେନା, ମୁଖ୍ୟବକ୍ତା ପ୍ରାଧ୍ୟାପକ ଅନନ୍ତ ପ୍ରଧାନ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଅମ୍ବରୀଶ ଦିଣ୍ଡା ଯୋଗ ଦେଇଥିଲେ । ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ ଉପ-ସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଅଞ୍ଜଳି ପଣ୍ଡା ଓ ମୁଖ୍ୟବକ୍ତା ଭାବେ ସୁଚରିତା ମହାନ୍ତି ଯୋଗଦେଇଥିଲେ । ତନୁଜା ପଣ୍ଡା ଓ ମଧୁସୂଦନ ମିଶ୍ରଙ୍କ ସଂଯୋଜନାରେ ଶତାଧିକ କବି ଓ କବୟିତ୍ରୀ ସ୍ୱରଚିତ କବିତାପାଠ କରିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିବାବେଳେ ଅନ୍ୟତମ ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସନ୍ଧ୍ୟାରେ ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ରଚିତ ଓ ଅର୍ଣ୍ଣବ କରଙ୍କ ନିର୍ଦ୍ଦେଶନାରେ ନାଟକ ‘ମୋତେ ରାଣୀ ବନେଇ ଦିଅ’ ମଞ୍ଚସ୍ଥ ହୋଇଥିଲା । ଏଥିରେ ପରିଷଦର ମହିଳା ସଦସ୍ୟା ଜ୍ୟୋତ୍ସ୍ନା ରାୟ ମହାପାତ୍ର, ଶାନ୍ତି ବିଶି, କଲ୍ୟାଣୀ ନନ୍ଦ, ସ୍ନିଗ୍ଧା ସାମନ୍ତରାୟ, ତୃପ୍ତିରାଣୀ ପାତ୍ର, ସଙ୍ଗୀତା ବାରିକ, ଶାନ୍ତିଲତା ପଣ୍ଡା, ବାସନ୍ତୀ କର, ସଂହିତା ଦାସ ରକ୍ଷିତ, ମାମିନା ମହାପାତ୍ର, ଅମିତା ଚାନ୍ଦ, ସୁଜାତା ପଣ୍ଡା, ସୁଶ୍ରୀ ଶେଫାଳୀ ତ୍ରିପାଠୀ, ସୁପ୍ରଭା ଦାସ, ଅଞ୍ଜଳି ପଣ୍ଡା, ସୁବ୍ରତା ମହାନ୍ତି, ସୁନାମଣି ଜେନା, ଚିତ୍ରାରାଣୀ ପାତ୍ର, କୃଷ୍ଣା ପ୍ରଧାନ, ପ୍ରତିମା ପଣ୍ଡା, ଶୁଭଲକ୍ଷ୍ମୀ ପାଣିଗ୍ରାହୀ ଓ ଗୀତାଞ୍ଜଳି ଶତପଥୀ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ନନ୍ଦକିଶୋର ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ପୀତାମ୍ବର ବେହେରା ସ୍ମାରକ ଦାୟିତ୍ୱ ନିର୍ବାହ କରିଥିଲେ ।
