ଆଜି ଧାରା ୩୭୦ ବୈଧତା ଉପରେ ଆସିବ ‘ସୁପ୍ରିମ’ ରାୟ
ନୂଆଦିଲ୍ଲୀ: ଆଜି ଧାରା ୩୭୦ ବୈଧତା ଉପରେ ଆସିବ ‘ସୁପ୍ରିମ’ ରାୟ । ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟରେ ୨୩ଟି ମାମଲା ଆବେଦନ ହୋଇଥିଲା । ଗତ ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମକୋର୍ଟରେ ଉଭୟର ପକ୍ଷର ଦଲିଲ୍ ରଖିବା ସହିତ ଉଭୟ ପକ୍ଷର ଯୁକ୍ତି ମଧ୍ୟ ଶୁଣି ଥିଲେ । ଲଗାତାର ୧୬ଦିନ ଶୁଣାଣି ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ୫ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଦି ଧାରା ୩୭୦ ବୈଧତା ନେଇ ‘ସୁପ୍ରିମ’ ରାୟ ପ୍ରକାଶ କରିବେ ସର୍ବୋଚ୍ଚ ଅଦାଲତ ।
ସୁପ୍ରିମକୋର୍ଟ ଆଜି ସ୍ଥିର କରିବେ ଜାମ୍ମୁ-କାଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦କୁ ହଟାଇବା କ୍ଷମତା ସଂସଦର ଥିଲା ନା ଏହା କେବଳ ତତ୍କାଳୀନ ରାଜ୍ୟର ସମ୍ବିଧାନ ସୁପାରିସ୍ ଆଧାରରେ ହୋଇପାରିଥାନ୍ତି । ଧାରା ୩୭୦ ହଟାଇବା ନିଷ୍ପତ୍ତି ଓ ଗୋଟିଏ ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନକୁ ବିରୋଧ କରି ସୁପ୍ରିମକୋର୍ଟରେ ୨୦୧୯ ଅଗଷ୍ଟ ମାସରେ ଚ୍ୟାଲେଞ୍ଜ ହୋଇଥିଲା ।
୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର୍ ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ୍ ଥିଲା ବୋଲି ଦର୍ଶାଇ ଥିଲେ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ଉଚ୍ଛେଦ କରିବା ସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା ।
