ଧ୍ୟାନ ଦିଅନ୍ତୁ! ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରିଦିଅନ୍ତୁ ଜରୁରୀ କାମ
ନୂଆଦିଲ୍ଲୀ : ଆପଣଙ୍କର କିଛି ଜରୁରୀ ବ୍ୟାଙ୍କ କାମ ରହିଯାଇଛି କି? ତେବେ ହୋଇଯାଆନ୍ତୁ ସତର୍କ । ବ୍ୟାଙ୍କରେ ଯାହା କିଛି ବି ଜରୁରୀ କାମ ରହିଯାଇଛି ସେଗୁଡିକୁ ଚଳିତ ମାସରେ ହିଁ ସାରି ଦିଅନ୍ତୁ ନଭେମ୍ବର ମାସ ଭିତରେ ସାରିଦେଲେ ଡିସେମ୍ବର ମାସର ଆଉ ଚିନ୍ତାରେ ପଡିବେନି। କାରଣ ଆସନ୍ତା ମାସରେ ଅଧାରୁ ଅଧିକ ଦିନ ବ୍ୟାଙ୍କ ଛୁଟି ରହିବାକୁ ଯାଉଛି । ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତିତ ପର୍ବପର୍ବାଣୀ କାରଣରୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି । ତେବେ ନଜର ପକାନ୍ତୁ ଡିସେମ୍ବର ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ।
ଜାଣନ୍ତୁ କେଉଁ କେଉଁ ବ୍ୟାଙ୍କ ବନ୍ଦ ରହିବ :
ଡିସେମ୍ବର୦୧: ରାଜ୍ୟ ଉଦଘାଟନୀ ଦିବସ ହେତୁ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ଏହି ଦିନ ବ୍ୟାଙ୍କ ଛୁଟି ରହିବ
ଡିସେମ୍ବର ୦୩: ମାସର ପ୍ରଥମ ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ
ଡିସେମ୍ବର ୦୪: ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ ଫେଷ୍ଟିଭାଲ୍ ହେତୁ ଗୋଆରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
ଡିସେମ୍ବର ୦୯: ମାସର ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କ ଛୁଟି ରହିବ।
ଡିସେମ୍ବର ୧୦: ରବିବାର ହେତୁ ବ୍ୟାଙ୍କ ଛୁଟି ରହିବ।
ଡିସେମ୍ବର ୧୨: ପା-ଟୋଗାନ୍ ନେଙ୍ଗମିନଜା ସାଙ୍ଗମା ହେତୁ ମେଘାଳୟରେ ବ୍ୟାଙ୍କ ବ୍ୟାଙ୍କ ଛୁଟି
ଡିସେମ୍ବର ୧୩: ଲସୁଙ୍ଗ / ନାମସଙ୍ଗ କାରଣରୁ ସିକ୍କିମରେ ବ୍ୟାଙ୍କ ଛୁଟି
ଡିସେମ୍ବର ୧୪: ଲସୁଙ୍ଗ / ନାମସଙ୍ଗ କାରଣରୁ ସିକ୍କିମରେ ବ୍ୟାଙ୍କଗୁଡିକ ଛୁଟି
ଡିସେମ୍ବର ୧୭: ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ
ଡିସେମ୍ବର ୧୮: ୟୁ ସୋସୋ ଥାମଙ୍କ ମୃତ୍ୟୁ ବାର୍ଷିକୀ ହେତୁ ମେଘାଳୟରେ ବ୍ୟାଙ୍କ ଛୁଟି
ଡିସେମ୍ବର ୧୯: ମୁକ୍ତି ଦିବସ ହେତୁ ଗୋଆରେ ବ୍ୟାଙ୍କଗୁଡିକ ଛୁଟି
ଡିସେମ୍ବର ୨୩: ମାସର ଚତୁର୍ଥ ଶନିବାର କାରଣରୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ
ଡିସେମ୍ବର ୨୪: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଛୁଟି
ଡିସେମ୍ବର ୨୫: ଖ୍ରୀଷ୍ଟମାସ ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ଛୁଟି ରହିବ
ଡିସେମ୍ବର ୨୬: ଖ୍ରୀଷ୍ଟମାସ ଉତ୍ସବ ହେତୁ ମିଜୋରାମ, ନାଗାଲାଣ୍ଡ ଏବଂ ମେଘାଳୟରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୨୭: ଖ୍ରୀଷ୍ଟମାସ ହେତୁ ନାଗାଲାଣ୍ଡରେ ବ୍ୟାଙ୍କ ଛୁଟି
ଡିସେମ୍ବର ୩୦: ୟୁ କିଆଙ୍ଗ ନାଙ୍ଗବାହାକୁ ଦୃଷ୍ଟିରେ ରଖି ମେଘାଳୟରେ ବ୍ୟାଙ୍କ ଛୁଟି
ଡିସେମ୍ବର ୩୧: ରବିବାର ହେତୁ ବ୍ୟାଙ୍କ ଛୁଟି
