Venus Transit in Libra : ୩୦ ନଭେମ୍ବର ଠାରୁ ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ। ଏହି କ୍ରମରେ ଶୁକ୍ର ନଭେମ୍ବର ୩୦ ତାରିଖରେ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ସେ ତୁଳା ରାଶିକୁ ଚଳନ କରିବାକୁ ଯାଉଛନ୍ତି। ନଭେମ୍ବର ୩୦ ସକାଳ ୫ଟା ୪୫ ମିନିଟ୍ ସମୟରେ ଶୁକ୍ର ରାଶି ପରିବର୍ତ୍ତନ କରିବେ । ଶୁକ୍ରଙ୍କ ଏହି ଚଳନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ…
ମେଷ : ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ମାଲେମାଲ୍ କରିଦେବ। ଏହି ରାଶିରେ ଶୁକ୍ର ଷଷ୍ଠ ଘରେ ଗୋଚର କରିବେ । ଯାହା ଦ୍ୱାରା ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଅତ୍ୟନ୍ତ ଲାଭଫଳ ଦେବ। ଏହି ଅବଧି ମଧ୍ୟରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆକସ୍ମିତ ଧନଲାଭର ଯୋଗ ମଧ୍ୟ ରହିଛି। ବିଶେଷ କରି, ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ମଧ୍ୟ ରହିଛି । ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ଭଲ ରେଜଲ୍ଟ ପାଇବେ। ଦାମ୍ପତ୍ୟ ଏବଂ ପ୍ରେମ ଜୀବନରେ ସୁଖମୟ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।
କର୍କଟ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର ୩୦ରେ ଶୁକ୍ରଙ୍କ ଗମନାଗମନ କର୍କଟ ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଏବଂ ପଦୋନ୍ନତିର ମଧ୍ୟ ଯୋଗ ରହିଛି । ଏହି ସମୟ ମଧ୍ୟରେ ବ୍ୟବସାୟରେ ଭଲ ଅଭିବୃଦ୍ଧି ଏବଂ ଅଗ୍ରଗତି ହେବ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଲାଗି ରହିଥିବା ଆର୍ଥିକ ଅଭାବ ଦୂର ହେବ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ । ନଚେତ ଆର୍ଥିକ ସ୍ଥିତି ବିଗିଡି ଯିବ। ଏହି ସମୟ ମଧ୍ୟରେ ନୂଆ ଜମି କିଣିବାର ମଧ୍ୟ ଯୋଗ ରହିଛି। ଆପଣ ନିଜ ପିଲାମାନଙ୍କ ଠାରୁ ଭଲ ଖବର ପାଇବେ ।
କନ୍ୟା : ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଜମା ହୋଇଥିବା ସମ୍ପତ୍ତିରୁ ଲାଭ ପାଇବେ। ଯଦି, ଆପଣ କୌଣସି ସ୍ଥାନରେ ବିନିଯୋଗ କରିଥିବେ, ତେବେ ଆପଣ ମଧ୍ୟ ଏଥିରୁ ଲାଭ ପାଇବାର ସମ୍ଭାବନା ରହିଛି । ଏହି ଅବଧି ମଧ୍ୟରେ ନୂତନ ସମ୍ପତ୍ତି କିଣିବାର ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକମାନେ ଏକ ଭଲ ସୁଯୋଗ ପାଇବେ । ଭଲ ଚାକିରିର ଅଫର ମଧ୍ୟ ଆପଣଙ୍କୁ ମିଳିପାରେ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ତେବେ ଚେଷ୍ଟା ଜାରି ରଖନ୍ତୁ, ଆପଣ ସଫଳତା ପାଇବ । ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିଛି । ରୋଜଗାରର ନୂଆ ବାଟ ଖୋଲିବ। ପ୍ରେମ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟ ଭଲ ରହିବ।
