ଜେକେଏସି ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ; ବାଲେଶ୍ୱର କଙ୍କର୍ ଏଫ୍ସି ଚମ୍ପିଆନ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ନୀଳଗିରି ବ୍ଲକ ଅନ୍ତର୍ଗତ ଭଉଁରୀୟାବାଡ଼ ପଞ୍ଚାୟତରେ ଥିବା ତେରେଲଡ଼ିହି ପଡ଼ିଆରେ ଜୁମିଦ ଖେରୱାଲ ଆଥଲେଟିକ କ୍ଳବ (ଜେକେଏସି) ପକ୍ଷରୁ ୩୨ତମ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିନରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନମୋହନ ମାଝୀ ଫିତାକାଟି ଆନୁଷ୍ଠାନିକ ଭାବେ ଖେଳକୁ ଉଦ୍ଘାଟନ କରିଥିଲେ । ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ବାଲେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ ଖେଳାଳୀମାନେ ଖେଳୁଆଡ଼ ମନୋଭାବ ରଖି ଖେଳ ଖେଳିଲେ ଭବିଷ୍ୟତରେ ଦିନେ ନା ଦିନେ ଜିଲା ଓ ରାଜ୍ୟ ବାହାରେ ଖେଳ ଖେଳି ନିଜ ନାମ ଅର୍ଜନ କରିପାରିବେ ବୋଲି ମତପ୍ରକାଶ କରିଥିଲେ ।

ଶେଷ ଦିନରେ ତଥା ରବିବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲାର ବରିଷ୍ଠ ବିଜେଡି ଉପ-ସଭାପତି ସନ୍ତୋଷ ଖଟୁଆ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନମୋହନ ମାଝୀ, ଜିଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅନୁସୂଚିତ ଜାତିର ସଭାପତି ଶରତ ଦାସ, ଅବସରପ୍ରାପ୍ତ ଜେଲର ଡିଆଇଜି ରଘୁନାଥ ମାଝି, ଅବସରପ୍ରାପ୍ତ ଆଇଆଇସି ଲମ୍ବୋଦର ମାଝି, ଫ୍ରାନସିସ୍ ବେକନ ସ, ଜିଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ବୁଦ୍ଧିରାମ ସିଂ, ଶରତ ଚନ୍ଦ୍ର ମାଝି, ଚୈତନ୍ୟ ମୁର୍ମୁ ତଥା ଅନ୍ୟ ସମସ୍ତ ଅତିଥି ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।

ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଦଳ ଭାଗ ନେଇଥିଲେ । ପ୍ରଥମ ଦିବସରେ ବାଲେଶ୍ୱର କଙ୍କର୍ ଏଫ୍ସି ଓ ଦ୍ୱିତୀୟ ଦିବସରେ ଡୁଆଲ ବ୍ରଦର୍ସ ବାଲେଶ୍ୱର ଦଳ ଫାଇନାଲକୁ ପ୍ରବେଶ କରିଥିଲା । ଫାଇନାଲ ଖେଳରେ ପ୍ରଥମ ଦିନର ବିଜେତା ବାଲେଶ୍ୱର କଙ୍କର୍ ଏଫ୍ସି ଓ ଦ୍ୱିତୀୟ ଦିନର ବିଜେତା ଡୁଆଲ ବ୍ରଦର୍ସ ବାଲେଶ୍ୱର ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖେଳ ଅମୀମାଂସିତ ହୋଇଥିବା ବେଳେ ଉଭୟ ଦଳ ମଧ୍ୟରେ ୫-୪ ପେନାଲ୍ଟି ଗୋଲରେ ବାଲେଶ୍ୱର କଙ୍କର୍ ଏଫ୍ସି ଚଳିତ ବର୍ଷର ବିଜେତା ହୋଇଥିଲା । ଫାଇନାଲ ମ୍ୟାଚରେ ଅତିଥି ଶ୍ରୀ ଖଟୁଆ ବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ । ଟୁର୍ନାମେଣ୍ଟର ପ୍ରଥମ ପୁରସ୍କାର ବିଜେତା ଦଳ ପାଇଁ ୭୦ହଜାର ଟଙ୍କା, ଉପ-ବିଜେତା ୫୦ହଜାର ଟଙ୍କା ଏବଂ ସେମି ଫାଇନାଲରେ ପ୍ରଥମ ଦିନ ଏବଂ ଦ୍ୱିତୀୟ ଦିନରେ ହାରିଥିବା ଦଳକୁ ୧୦ହଜାର ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା ।
