ରାଜନୀତି ମଇଦାନକୁ ପୁଣି ଫେରିଲେ ଆଶିଷ ପଟ୍ଟନାୟକ, କଂଗ୍ରେସର ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ ହେଲେ ସାମିଲ
ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଲକ ଗଡ଼ସାହି ପଂଚାୟତର ଗଡ଼ସାହି ଗ୍ରାମର ଯାତ୍ରୀ ବିଶ୍ରାମ ଗାରା ନିକଟରେ କଂଗ୍ରେସର ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ହୋଇଯାଇଛି l କଂଗ୍ରେସର ଯୁବ ନେତା ଆଶିଷ ପଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ଆଦିବାସୀ ମାନଙ୍କୁ ଗରୁତ୍ବ ଦେଉଥିବା ବେଳେ ରାହୁଲ ଗାନ୍ଧୀ ଭାରତ ଯୋଡ ଅଭିଯାନ ଆରମ୍ଭ କରି ପଦଯାତ୍ରା ଆରମ୍ଭ କରିଛନ୍ତି l ଦର ଦାମ ବୃଦ୍ଧି ଘଟିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଦେଶ ଓ ରାଜ୍ୟର ରକ୍ଷା ପାଇଁ କଂଗ୍ରେସ ହିଁ ଭରସା ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ନିରଞ୍ଜନ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ଦୁର୍ଯ୍ୟୋଧନ ଖେଜୁରିଆ, ଜିଲ୍ଲା ପରିଷଦ ପାର୍ଥି ସୁବାସ ଚନ୍ଦ୍ର ଝରିଆଳ, ଯୁବ ନେତା ଜୟ ଚନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ l କଂଗ୍ରେସର ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଦିବାସୀ ମାନେ ଯୋଗ ଦେଇଥିଲେ l
