ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି, ୩୫ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା
Hot summer or heat wave background, glowing sun on orange sky with thermometer
ଭୁବନେଶ୍ୱର : ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି । ମୌସୁମୀ ବିଦାୟ ନେଉଛି, ହେଲେ ଶୀତର ଦେଖା ନାହିଁ। କିଛି କିଛି ସ୍ଥାନରେ ଆକାଶ ମେଘୁଆ ରହୁଥିଲେ ମଧ୍ୟ ବର୍ଷା ହେଉନି। ଓଲଟା ଖରା ଟାଣ ହେଉଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି। ଆଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ଅକ୍ଟୋବରରେ ମାର୍ଚ୍ଚ ଓ ଏପ୍ରିଲ ମାସର ତାତି ଭଳି ଲାଗୁଛି। ୧୫ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି। ଆଗାମୀ ୫ ଦିନ ଯାଏ ଏଭଳି ପାଗ ଲାଗିରହିବ । ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିବ। ସେହିପରି ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କେବଳ ରାଜଧାନୀ ନୁହେଁ ଦାରିଙ୍ଗବାଡ଼ି, ଝାରସୁଗୁଡ଼ା, ଚାନ୍ଦବାଲୀ, ପାରାଦୀପ, ମାଲକାନଗିରି ଓ ଗୋପାଳପୁରରେ ବି ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହୁଛି।
