ଲଗାଣ ବର୍ଷା ଯୋଗୁଁ ଭୁସୁଡ଼ିଲା କାନ୍ଥ, ଜଣଙ୍କର ମୃତ୍ୟୁ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ ଅଘଟଣ । ଲଗାଣ ବର୍ଷା ହେଲା କାଳ।
ଶୋଇଥିବା ବେଳେ ମାଟିଘର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ।
ସୂଚନା ଯେ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ରେ ମଧ୍ୟ ବର୍ଷା ହେଉଛି । ଯାହାଫଳରେ କିଛି ମାଟିଘର କାନ୍ଥ ଭିଜି ରହିଥିଲା । ଏହିକ୍ରମରେ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଅଘଟଣ । ଖାଇ ସାରି ଘରେ ଶୋଇଥିଲେ ଜରଙ୍ଗଲରୋଇ ଗାଁର କୁରୁନାଥ ନାମକ । ଏହି ସମୟରେ କାନ୍ଥ ପଡି କୁରୁନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ଜୀବନ ଚାଲିଯାଇଥିବାର ଜଣାପଡିଛି ।
