ଶନିବାର ଦିନ ଦାନ କରନ୍ତୁ ଏହି ୫ଟି ଜିନିଷ, କଟିଯିବ ଶନିଦଶା, ମାଡି଼ଯିବ ଧନ ସମୃଦ୍ଧି
ଶନିବାର ଦିନଟି ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନିଦେବ ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନିଦେବ ଯଦି ରୋଷ କରନ୍ତି, ତାହାଲେ ଆପଣଙ୍କର ଜୀବନରେ ସମସ୍ୟା ମାଡି ଆସେ। ହେବାକୁ ଥିବା କାମ ବି ବିଗିଡିବାକୁ ଲାଗେ । କେବଳ ସେତିକି ନୁହେଁ, ଶନିଙ୍କ କୋପ ଆପଣଙ୍କ ଉପରେ ରହିଲେ ଅଦିନରେ ଦାରିଦ୍ରତା ମଧ୍ୟ ମାଡିଆସେ । ତେବେ, ଶନିଦେବଙ୍କୁ ପ୍ରସନ୍ନ କରିବା ଲାଗି ଆଜି ଆମେ ଆପଣଙ୍କୁ କିଛି ସରଳ ଉପାୟ ବିଷୟରେ କହିବୁ । ଯାହାକୁ ଆପଣେଇବା ଦ୍ବାରା ଆପଣ ଶନିଙ୍କ କୃପା ଲାଭ କରିପାରିବେ।
ଶନିବାଦ ଦିନ କରନ୍ତୁ ଏହି ସବୁ ଦାନ :
ଛତା ଦାନ :
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଶନିବାଦ ଦିନ ଅସହାୟ ବା ଗରିବ ଲୋକଙ୍କୁ ଛତା ଦାନ କରନ୍ତୁ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, କୈାଣସି ବି ଅସହାୟ ଲୋକଙ୍କୁ ଶନିବାର ଦିନ ଛତା ଦାନ କରିବା ବହୁତ ଶୁଭ ହୋଇଥାଏ। ସେହିପରି ବ୍ରାହ୍ମଣ ମାନଙ୍କୁ ବି ଆପଣ ଶ୍ରଦ୍ଧାରେ ଛତା ଦାନ କଲେ ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି। ଏହାକୁ ସନାତନ ଧର୍ମରେ ମହତ ଦାନ ବୋଲି କୁହାଯାଏ ।
ଜୋତା ବା ଚପଲ ଦାନ :
ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ଜୋତା ଓ ଚପଲ ସହ ଶନିଦେବଙ୍କ ସମ୍ବନ୍ଧ ରହିଛି । ଶନିବାର ଦିନ ଆପଣ ଅସହାୟ ଲୋକଙ୍କୁ କଳା ଜୋତା ବା ଚପଲ ଦାନ କରିବା ଉଚିତ୍ । ଏହା କରିବା ଦ୍ବାରା ଆପଣଙ୍କ ରାଶିରୁ ଶନିଦଶା ବି ଦୂର ହୋଇଥାଏ। କୁହାଯାଏ କି ଶନିଦୋଷ ପାଦ ମଧ୍ୟରେ ଶରୀରକୁ ପ୍ରବେଶ କରିଥାଏ।
ମହିଳାଙ୍କ ସିନ୍ଥି :
ବିଶ୍ବାସ୍ ରହିଛି ଯେ, ଶନିବାର ଦିନ ମହିଳାଙ୍କ ସିନ୍ଥି (ମଥାପଟି ) ଦାନ କରିବା ଦ୍ବାରା ଶନିଦେବଙ୍କ କୃପା ମିଳିଥାଏ । ଜ୍ୟୋତିଶ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଶନିବାର ଦିନ ସିନ୍ଥି ଦାନ କରିବା ଦ୍ବାରା ସ୍ବାମୀଙ୍କ ଉପରେ ଥିବା ଅକାଳ ମୃତ୍ୟୁର ଯୋଗ ଖଣ୍ତନ ହୋଇଥାଏ । ଏବଂ ସଙ୍କଟ ଦୂର ହୋଇଥାଏ । କେବଳ ସେତିକି ନୁହେଁ, ସମସ୍ତ କ୍ଷେତ୍ରରେ ସଫଳତା ବି ମିଳିଥାଏ।
ଅସହାୟ ଲୋକଙ୍କୁ କଳା ବିରି, ଡାଲି ଦାନ କରନ୍ତୁ :
ଶନିଦଶାରୁ ମୁକ୍ତି ପାଇବା ଲାଗି ଆପଣ ଶନିବାର ଦିନ ଅସହାୟ ଲୋକଙ୍କୁ କଳା ବିରି ଡାଲି ଦାନ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ସୁଖି ସମୃଦ୍ଧି ବୃଦ୍ଧି ହେବ। ସେହିପରି ଆପଣ ଶନିବାର ଦିନ କଳା ବିରି ଡାଲିରେ ପ୍ରସ୍ତୁତ ଖେଚେଡି ଶନିଙ୍କ ନିକଟରେ ଭୋଗ ଲଗାଇ ଅସହାୟ ଲୋକଙ୍କୁ ବାଣ୍ଟିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି।
କଳା ରଙ୍ଗର ପୋଷାକ ଦାନ କରନ୍ତୁ :
ଶନିବାର ଦିନ ଆପଣ ଅସହାୟ ବା ଗରିବ ଲୋକଙ୍କୁ କଳା ରଙ୍ଗର ପୋଷାକ ଦାନ କରନ୍ତୁ । କିନ୍ତୁ ମନେ ରଖନ୍ତୁ, ଦାନ କରୁଥିବା ପୋଷାକ ନୂଆ ହୋଇଥିବା ଦରକାର । ଏହାଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ।
