ଭାରତୀୟ ସେନାର ଜଣେ ଯବାନଙ୍କୁ ଆକ୍ରମଣ, ପିଠିରେ ଲେଖିଲେ ‘ପିଏଫଆଇ’
ନୂଆଦିଲ୍ଲୀ: କେରଳର କୋଲ୍ଲମ ଜିଲାରେ ସେନାର ଜଣେ ଯବାନଙ୍କୁ ମାଡ଼ । ଆଉ ତା’ପରେ ପିଠିରେ ଲେଖିଲେ ପିଏଫଆଇ।
କୋଲ୍ଲମ ଜିଲାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଆକ୍ରମଣ କରି ତାଙ୍କ ପିଠିରେ ‘ପିଏଫଆଇ’ ଲେଖିଥିଲେ କିଛି ଅଜ୍ଞାତ ଆକ୍ରମଣକାରୀ। ବର୍ତ୍ତମାନ ଘଟଣାକୁ ନେଇ ପୋଲିସ୍ ଏଫଆଇଆର ରୁଜୁ କରି ଯାଞ୍ଚ କରୁଛି।ଆକ୍ରମଣ ଶିକାର ହୋଇଥିବା ଯବାନ ଶିନେ କୁମାର ଛୁଟିରେ ଘରକୁ ଆସିଥିଲେ। ଏହି ଘଟଣା ରବିବାର ରାତିରେ କଡକ୍କଲରେ ତାଙ୍କ ଘର ନିକଟସ୍ଥ ରବର ଜଙ୍ଗଲରେ ହୋଇଛି। ପୀଡ଼ିତ ଯବାନ ଥାନାରେ ରୁଜୁ ଅଭିଯୋଗରେ କହିଛନ୍ତି ‘‘୬ ଜଣ ଆକ୍ରମଣକାରୀ ତାଙ୍କ ହାତକୁ ଟେପ୍ରେ ବାନ୍ଧିଦେଇଥିଲେ ଏବଂ ମାରପିଟ୍ କରିବା ସହ ପିଠି ଉପରେ ସବୁଜ ରଙ୍ଗରେ ପିଏଫଆଇ ଲେଖିଥିଲେ।’’ , ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।
ସୂଚନା ଯେ, ପିଏଫଆଇ ହେଉଛି ଏକ ପ୍ରତିବନ୍ଧିତ ଇସଲାମିକ୍ ସଂଗଠନ। କେନ୍ଦ୍ର ସରକାର, ୨୦୨୨ ସେପ୍ଟେମ୍ବର ୨୮ରେ ପିଏଫଆଇକୁ ୟୁଏପିଏମ ଅନୁଯାୟୀ ଅବୈଧ ସଂଗଠନ ଘୋଷଣା କରିଥିଲେ ଏବଂ ଏହା ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ଏନଆଇଏ ଏବଂ ଇଡିର ଯାଞ୍ଚ ଘେରରେ ରହିଛି । କୁହାଯାଉଛି ଇଡି ଆତଙ୍କବାଦୀ ଗତିବିଧି ସହ ଜଡ଼ିତ ଆର୍ଥିକ ନେଣଦେଣ ପ୍ରସଙ୍ଗରେ ଯାଞ୍ଚ କରୁଛି। ପିଏଫଆଇ ସହ ଜଡ଼ିତ ଲୋକଙ୍କ ଉପରେ ମନି ଲଣ୍ଡ୍ରିଂ ଏବଂ ଆରଏସଏସ ନେତାଙ୍କ ଉପରେ ଆ୍ରକମଣ ଯୋଜନା ଅଭିଯୋଗ ମଧ୍ୟ ରହିଛି। ଏହି ସଂଗଠନକୁ ଟଙ୍କା ନେଣ-ଦେଣର ଯାଞ୍ଚ ଇଡି ତରଫରୁ କରାଯାଉଛି। ପିଏଫଆଇ ସାଉଦି ଆରବ, ୟୁଏଇ ସମେତ ଅନେକ ମୁସଲିମ୍ ଦେଶରୁ ହଓ୍ବାଲା ଏବଂ ମନି ଲଣ୍ଡ୍ରିଂ ଦ୍ବାରା ଟଙ୍କା ଏକତ୍ର କରିବାର ଅଭିଯୋଗ ରହିଛି। ଏହାକୁ ନେଇ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବିଗତ ଦିନମାନଙ୍କରେ ଯାଞ୍ଚ ଏଜେନ୍ସୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୋମବାର ମଧ୍ୟ ଇଡି ପିଏଫଆଇ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ କେରଳରେ ଅନେକ ସ୍ଥାନରେ ରେଡ୍ କରିଛି।
