ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମକୁ ବଡ଼ ସଫଳତା, ସମସ୍ତ ଫର୍ମାଟରେ ହେଲା ନମ୍ବର-୧
ମୁମ୍ବାଇ : ମୋହାଲିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ । ଏହି ମୁକାବିଲାରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୫ ଓ୍ୱିକେଟ୍ରେ ପରାସ୍ତ କରିଛି । ଏହି ବିଜୟ ପରେ ଭାରତୀୟ ଟିମ୍ ୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ମୋହାଲିରେ ପରାସ୍ତ କରିଛି । ଏହାପୂର୍ବରୁ ୧୯୯୬ରେ ଅଷ୍ଟ୍ରେଲିଆକୁ ମୋହାଲିରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ତେବେ ଏହି ବିଜୟ ସହ ଟିମ୍ ଇଣ୍ଡିଆ ଦିନିକିଆ ଫର୍ମାଟରେ ବି ନମ୍ବର-୧ ହୋଇଛି ।
ସୂଚନା ଯେ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଆଇସିସି ରାଙ୍କିରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ୧୧୬ ପଏଣ୍ଟ ସହ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୧୫ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ଏହାପଛକୁ ୩ୟ ସ୍ଥାନରେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ରହିଛି । ସେହିପରି ଟେଷ୍ଟ ରାଙ୍କିଂରେ ବି ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ୧୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୮ ଟିମ୍ ୨ୟ ସ୍ଥାନରେ ରହିଛି । ଏହାପଛକୁ ଇଂଲଣ୍ଡ ଟିମ୍ ୧୧୫ ସହ ୩ୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଟି-୨୦ ରାଙ୍କିଂରେ ବି ଭାରତ ଟପ୍ ଓ୍ୱାନ୍ରେ ରହିଛି । ୨୬୪ ପଏଣ୍ଟ ସହ ଭାରତୀୟ ଟିମ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଟିମ୍ ୨୬୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ଏହାପଛକୁ ପାକିସ୍ତାନ ଟିମ୍ ୨୫୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ତେବେ ଦୀର୍ଘ ଦିନ ପରେ ଭାରତୀୟ ଟିମ୍ କ୍ରିକେଟର ସମସ୍ତ ଫର୍ମାଟରେ ନମ୍ବର-୧ ହୋଇଛି । ଯାହାକୁ ସବୁ କ୍ରୀଡାପ୍ରେମୀଙ୍କ ଖୁସିର ଖବର । ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ସମସ୍ତ ଫର୍ମାଟରେ ନମ୍ବର-୧ ହୋଇଛି ।
