ବାଲେଶ୍ୱର : ଜିଲାସ୍ତରୀୟ ବିଜ୍ଞାନ ପାଠ୍ୟଚକ୍ର ଓ ଜିଲାସ୍ତରୀୟ ରୋଲ୍ ପ୍ଲେ ପ୍ରତିଯୋଗୀତା ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ପବ୍ଲିକ ଉଚ୍ଚ ବିଦ୍ୟାଳୟ ଏବଂ ଜେଆର୍ସି ଭବନରେ ଯଥାକ୍ରମେ ଜିଲାସ୍ତରୀୟ ବିଜ୍ଞାନ ପାଠ୍ୟଚକ୍ର ଓ ଜିଲାସ୍ତରୀୟ ରୋଲ୍ ପ୍ଲେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲାସ୍ତରୀୟ ବିଜ୍ଞାନ ପାଠ୍ୟଚକ୍ରରେ ଜଳେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଂଶୁମାନ ନନ୍ଦ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଥିଲେ । ବିଚାରକ ଭାବେ କୁନ୍ତଳା କୁମାର ମହାବିଦ୍ୟାଳୟର ଅଧ୍ୟାପକ ଡ. ଜ୍ୟୋର୍ତିମୟୀ ପ୍ରଧାନ, ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ଭାଗବତ ଭୂୟାଁ ଯୋଗଦେଇ ସମସ୍ତ ୧୨ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ପ୍ରତିଯୋଗୀମାନଙ୍କୁ ବିଚାର କରିଥିଲେ । ସେହିଭଳି ଜିଲାସ୍ତରୀୟ ରୋଲ୍ ପ୍ଲେ ପ୍ରତିଯୋଗୀତା-୨୦୨୩ରେ ଚାରି ଗୋଟି ବ୍ଲକରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଉକ୍ତ ପ୍ରତିଯୋଗୀତାରେ ସୁନହଟ୍ର ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ରୋଲ୍ ପ୍ଲେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଥିଲେ । ପ୍ରତିଯୋଗୀତାରେ ବିଚାରକ ଭାବେ ଫକୀର ମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟର ଅଧ୍ୟାପିକା ବେବିରାଣୀ ସି ଏବଂ ଡିଆଇଇଟି ରେମୁଣା ଶିକ୍ଷକ ପ୍ରଶିକ୍ଷକ ରଘୁନାଥ ଦାସ ବିଚାରକ ଭାବେ ଯୋଗଦେଇଥିଲେ ।
ପୁରସ୍କାର ବିତରଣୀ ସଭାରେ ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ ସଭାପତି ଭାବେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଦେବା ସହିତ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲାର ଗୌରବ ଆଣିବା ପାଇଁ ଛାତ୍ରୀଛାତ୍ର ଏବଂ ସହାୟକ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରି, ପବିତ୍ର ମୋହନ ବାରିକ, ଧରଣୀଧର ପାତ୍ର, ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତି ମଣୀ ସାହୁ, ଜିଲା ବିଜ୍ଞାନ ପରିଦର୍ଶକ ହରେନ୍ଦ୍ର ମହାନ୍ତ ଉପସ୍ଥିତ ଥିଲେ । ପ୍ରାକ୍ତନ ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ମୋହନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
