ଆସନ୍ତାକାଲି ଠାରୁ କଲେଜ ଆସିବେ ସମସ୍ତ ଟିଚିଂ ଓ ନନ୍ଟିଚିଂ କର୍ମଚାରୀ
ଭୁବନେଶ୍ୱର : ରାଜ୍ୟରେ କମୁଛି ମହାମାରୀ କରୋନା ସଂକ୍ରମଣ । ଫଳରେ ଲକଡ଼ାଉନ୍ କଟକଣା କୋହଳ ହେବ ସହ ଆଂଶିକ କଟକଣା ଜାରି ରହିଛି । ମାତ୍ର ଏଥିରେ ବିଶେଷ ଭାବେ ଶିକ୍ଷା ବିଭାଗ ହୋଇଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ମଙ୍ଗଳବାର ଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଟିଚିଂ ଓ ନନ୍ଟିଚିଂ ଷ୍ଟାଫ୍ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
ମହାମାରୀ କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ସୋମବାର ବିଶ୍ୱବିଦ୍ୟାଳୟ କୁଳପତି ଓ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ କର୍ମଚାରୀ ।
