ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ଵାଟସ୍ଆପ୍ ଚ୍ୟାନେଲ ଆରମ୍ଭ, ଜଣାନ୍ତୁ କିପରି ଯୋଡ଼ିହେବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ଵାଟସ୍ଆପ୍ ଚ୍ୟାନେଲ ଆରମ୍ଭ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ପିଏମ୍ ମୋଦିଙ୍କ ହ୍ଵାଟସ୍ଆପ୍ ଚ୍ୟାନେଲର ଏକ ସ୍କ୍ରିନସଟ୍ ସେୟାର କରି ଏ ବିଷୟରେ ସୂଚନା ଦେଇଛି। ଏଣିକି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅପ୍ଡେଟ୍ସ ମିଳିପାରିବ।
ନିକଟରେ ଲଞ୍ଚ୍ ହୋଇଥିବା ମେଟାର ନୂଆ ଫିଚର ଜରିଆରେ ଆଡ୍ମିନ ନିଜର ଫଲୋୟର୍ସଙ୍କ ସହିତ ଟେକ୍ଷ୍ଟ, ଫଟୋ, ଭିଡିଓ, ଷ୍ଟିକର୍ ଏବଂ ପୋଲ୍ ସେୟାର କରିପାରିବେ। ପିଏମ୍ ମୋଦି ଏହି ଚ୍ୟାନେଲରେ ପ୍ରଥମ ପୋଷ୍ଟ କରିଛନ୍ତି। ସେ ନୂତନ ସଂସଦରେ ନିଜର ଫଟୋ ସେୟାର କରି ଲେଖିଛନ୍ତି, ‘ହ୍ଵାଟସ୍ଆପ କମ୍ୟୁନିଟି ସହ ଯୋଡ଼ି ହୋଇ ଖୁସି ଅଛି। ଏହା ଆମ ନିରନ୍ତର କଥାବାର୍ତ୍ତାର ଯାତ୍ରାରେ ଆଉ ଏକ ପଦକ୍ଷେପ। ଆସନ୍ତୁ ଏଠାରେ ଯୋଡ଼ି ହୁଅନ୍ତୁ’।
ହ୍ଵାଟସ୍ଆପ୍ ଚ୍ୟାନେଲ୍ ହେଉଛି, ଓ୍ଵାନ୍ େଓ୍ଵ ବ୍ରଡ୍କାଷ୍ଟ ଟୁଲ୍। ଏହା ମାଧ୍ୟମରେ ଆଡ୍ମିନମାନେ ଫଲୋୟର୍ସଙ୍କ ସହିତ ଟେକ୍ଷ୍ଟରୁ ନେଇ ମଲ୍ଟିମିଡିଆ ଏବଂ ପୋଲ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ୍ ସେୟାର କରିପାରିବେ। ୟୁଜରମାନେ ଆପ୍ ମଧ୍ୟରେ ହିଁ ନିଜ ପସନ୍ଦର ବ୍ୟକ୍ତି ଏବଂ ସଂଗଠନ ସହିତ ଯୋଡ଼ି ହୋଇପାରିବେ।
କହି ରଖୁଛୁ, ଯଦି ଆପଣଙ୍କର ହ୍ଵାଟସ୍ଆପ୍ ଅପଡେଟ୍ ହୋଇନାହିଁ, ତା’ ହେଲେ ପ୍ରଥମେ ଏହାକୁ ଅପଡେଟ୍ କରନ୍ତୁ। ଆପଣଙ୍କୁ ଷ୍ଟାଟସ୍ ଜାଗାରେ ଅପଡେଟ୍ର ଅପସନ ନଜର ଆସିବ। ଏହାପରେ ‘ଫାଇଣ୍ଡ୍ ଚ୍ୟାନେଲ’ ଫିଚରକୁ ଯାଆନ୍ତୁ ଏବଂ ‘ନରେନ୍ଦ୍ର ମୋଦି’ ସର୍ଚ୍ଚ କରନ୍ତୁ। ଏହାକୁ ଅନୁସରଣ କରିବା ପାଇଁ ଆପଣଙ୍କୁ + ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ତେବେ କମ୍ପାନୀ ଏହି ଅପ୍ଡେଟ୍ସକୁ ଏବେ ରୋଲ୍ଆଉଟ୍ କରିଛି। ସମସ୍ତ ୟୁଜରଙ୍କ ନିକଟରେ ଏହା ପହଞ୍ଚିବା ପାଇଁ କିଛି ସମୟ ଲାଗିପାରେ।
