ଏସିଆ କପ୍ ୨୦୨୩ : ସୁପର ସଣ୍ଡେରେ ଭାରତ-ପାକିସ୍ତାନ ଟକ୍କର, ବର୍ଷା ଆଶଙ୍କା
କଲମ୍ବୋ : ଆଜି ଏସିଆ କପ୍ ୨୦୨୩ର ସୁପର ଫାଇଟ୍ । ସୁପର ସଣ୍ଡେରେ ବିଗ୍ ଫାଇଟ୍ । ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ଏକ ମହାମୁକାବିଲା । ଶ୍ରୀଲଙ୍କାର ପ୍ରେମଦାସ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଖେଳାଳି ଯିବ ମ୍ୟାଚ୍ । ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଦ୍ୱିତୀୟ ମୁକାବିଲାକୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରଶଂସକ ବେଶ ଉତ୍ସାହ ହୋଇଛନ୍ତି । ଏହି ମ୍ୟାଚ୍ରେ ବି ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି । ଏଥିପାଇଁ ଅତିରିକ୍ତ ଦିବସର ବ୍ୟବସ୍ଥା ରହିଛି ।
ସୁପର-୪ରେ ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ହରାଇଛି । ରବିବାର ବିଜୟୀ ହେଲେ ଦଳ ଫାଇନାଲରେ ପ୍ରବେଶ କରିବ । ଭାରତ କିନ୍ତୁ ପ୍ରଥମ ମ୍ୟାଚ୍ ଖେଳିବ । ପାକିସ୍ତାନର ବୋଲିଂ ବାହିନୀକୁ ସାମ୍ନା କରିବା ନେଇ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ରହିଛି । ସେମିତି ଯଶପ୍ରୀତ ବୁମରା ପୁଣି ଦଳରେ ଯୋଗ ଦେଇ ସାରିଛନ୍ତି । ରବିବାର ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ବାହିନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ସହିନ ଶାହ ଆଫ୍ରିଦ୍, ନସିମ ଶାହା ଓ ହାରିଶ୍ ରୌଫ ପାକିସ୍ତାନ ବୋଲିଂ ବାହିନୀର ୩ ଘାତକ ପେସର । ଗତ ୨ ତାରିଖରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟାସ ଆୟାରଙ୍କୁ ସହଳ ଆଉଟ୍ କରି ସ୍ଥିତି ଦୋହଲାଇ ଦେଇଥିଲେ । କିନ୍ତୁ ମଧ୍ୟଭାଗରେ ଇଶାନ କିଷନ ଓ ହାର୍ଦ୍ଦିନ ପାଣ୍ଡ୍ୟା ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ।
ପୁଣି ସୁପର-୪ରେ ଭାରତୀୟ ବ୍ୟାଟର ପାକ୍ର ଘାତକ ପେସରଙ୍କୁ ସାମ୍ନା କରିବେ । ଯାହା ଏବେ ରୋହିତବାହିନୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ପାକ୍ ବୋଲରଙ୍କ ଚମତ୍କାର ସୁଇଂ ସାଙ୍ଗକୁ ଆକର୍ଷଣୀୟ ଲାଇନ ଲେଙ୍ଗଥ୍ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲା । କିନ୍ତୁ ଯୁବ ଓପନର ଶୁଭମନ ଗିଲ ରବିବାର ମ୍ୟାଚ୍ ପାଇଁ ବେଶ ଭଲ ଭାବେ ପ୍ରସ୍ତୁତ ହୋଇଛନ୍ତି । ଦୀର୍ଘ ସମୟ ସେ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ଅଧିନାୟକ ବାବର ଆଜାମ ନିଜ ବୋଲିଂବାହିନୀକୁ ନେଇ ବେଶ ଉତ୍ସାହିତ ରହିଛନ୍ତି । ବ୍ୟାଟିଂରେ ମଧ୍ୟ ନିଜେ ବାବର ଭଲ ଫର୍ମରେ ଅଛନ୍ତି । ସେମିତି ମହମ୍ମଦ ରିଜୱାନ, ଇଫତିକାର ଅହମ୍ମଦ ଓ ଇମାମ-ଉଲ-ହକ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।
ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡ଼ିଥିବା ଲୋକେଶ ରାହୁଲ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାଉପରେ ସମସ୍ତଙ୍କର ନଜର ରହିଛି । ସେ ଖେଳିଲେ ଶ୍ରେୟସ ଆୟାର ନା ଇଶାନ୍ କିଷାନ, କାହାକୁ ବାଦ ଦିଆଯିବ । ଚର୍ଚ୍ଚା ହେଉଛି, ପାକିସ୍ତାନ ବିପକ୍ଷରେ ଦୁଇ ଜଣ ସ୍ପେସାଲିଷ୍ଟ ସ୍ପିନରଙ୍କୁ ନେଇ ଓହ୍ଲାଇପାରେ ଟିମ୍ ଇଣ୍ଡିଆ । କୁଳଦୀପଙ୍କ ସହ ଦ୍ବିତୀୟ ସ୍ପିନର ଭାବରେ ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେ ଖେଳିଲେ ସାର୍ଦ୍ଦୁଲ ଠାକୁର ବସିପାରନ୍ତି । ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ ଓ ମହମ୍ମଦ ସିରାଜ । ତାଙ୍କ ସହ ଫାଷ୍ଟ ବୋଲିଂରେ ସାଥ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା । ଅ୍ୟପଟେ ଶକ୍ତିଶାଳୀ ବୋଲିଂ ପାକିସ୍ତାନର ପାୱାର । ପାକିସ୍ତାନୀ ବୋଲର ସାହିନ ଆଫ୍ରିଦି, ନସିମ୍ ଶାହ ଓ ହାରିସ୍ ରୌଫ ଭାରତ ରାସ୍ତାରେ ଘାତକ ହୋଇପାରନ୍ତି । ତେଣୁ ଆଜିର ମ୍ୟାଚରେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲଙ୍କୁ ଆରମ୍ଭରୁ ଭଲ ଖେଳିବାକୁ ହେବ ।
ସେହିପରି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଖେଳିଳେ ଏମାନଙ୍କୁ ବଡ଼ ସ୍କୋର କରିବାକୁ ପଡ଼ିବ । ଲିଗ୍ ଷ୍ଟେଜରେ ଖେଳାଯାଇଥିବା ଭାରତ- ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିଲା । ଉଭୟ ଦଳ ପଏଣ୍ଚ ଭାଗ କରିଥିଲେ । ସୁପର-୪ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପାକିସ୍ତାନ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ଆଜି ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେଲା ଆସନ୍ତାକାଲି ରିଜର୍ଭ ଡେ ରଖାଯାଇଛି । ଅର୍ଥାତ ଆଜି ମ୍ୟାଚ୍ ନେହେଲେ କାଲି ଖେଳାଯିବ ।
