ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ, ଆଜି ୧୧ଟା ୫୦ରେ ଲଞ୍ଚ୍ ହେବ ‘ଆଦିତ୍ୟ L1’
ବେଙ୍ଗାଲୁରୁ : ଚନ୍ଦ୍ର ପରେ ମିଶନ ସୂର୍ଯ୍ୟ । ଇସ୍ରୋର ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ । ଶନିବାର ଦିନ ୧୧ଟା ୫୦ ମିନିଟରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ ଆଦିତ୍ୟ L1 । ଉତ୍କ୍ଷେପଣର ୧୨୭ ଦିନ ପରେ ଏହା ସୂର୍ଯ୍ୟର L1 ପଏଣ୍ଟରେ ପହଞ୍ଚିବ। ମିଶନ ସୂର୍ଯ୍ୟ ପୂର୍ବରୁ ଇସ୍ରୋର ବୈଜ୍ଞାନିକମାନେ ତିରୁପତି ଯାଇ ଦର୍ଶନ କରିଛନ୍ତି ।
କାଉଣ୍ଟଡାଉନ ଆରମ୍ଭ ହୋଇଛି। ଲଞ୍ଚପ୍ୟାଡରେ ଠିଆ ହୋଇଛି PSLV। ଶନିବାର ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ମହାକାଶ ଯାନ। ଯେଉଁଥିରେ ଆଦିତ୍ୟ L-1 ଯାତ୍ରା କରିବ। ଏହାପୂର୍ବରୁ ଇସ୍ରୋର ବୈଜ୍ଞାନିକମାନେ ଈଶ୍ବରଙ୍କ ନିକଟରେ ଏହାର ସଫଳତା କାମନା କରିଛନ୍ତି। ଇସ୍ରୋ ମୁଖ୍ୟ ଏସ ସୋମନାଥ ଏବଂ ଅନ୍ୟ ବୈଜ୍ଞାନିକମାନେ ତିରୁପତି ଯାଇଥିଲେ। ସୋମନାଥ ଚାଙ୍ଗଲାମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ବେଳେ ଇସ୍ରୋର ଅନ୍ୟ ବୈଜ୍ଞାନିକମାନେ ଭେଙ୍କଟେଶଙ୍କ ମନ୍ଦିରରେ ପହଞ୍ଚିଥିଲେ। । ତିରୁପତିଙ୍କ ମନ୍ଦିରରେ ଆଦିତ୍ୟ L 1ର ଏକ ମଡେଲ ଅର୍ପଣ କରିଥିଲେ। ଏହି ମିଶନର ସଫଳତା କାମନା କରିଥିଲେ। ଆଦିତ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି।
ଚନ୍ଦ୍ରଯାନର ସଫଳତାର ମାତ୍ର କିଛି ଦିନ ମଧ୍ୟରେ ସୌର ଅଭିଯାନରେ ବାହାରିଛି ଇସ୍ରୋ। ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହି L1 ପଏଣ୍ଟ ଯେଉଁଠାରେ ରହି ସୂର୍ଯ୍ୟ ଉପରେ ନଜର ରଖିବ ଆଦିତ୍ୟ L 1 । ଉତକ୍ଷେପଣର ଠିକ୍ ୧୨୫ ଦିନ ପରେ ଏହା L1 ପଏଣ୍ଟରେ ପହଞ୍ଚିବ। ଯେଉଁଠାରେ ନା ଥିବା ଗ୍ରହଣର ପ୍ରଭାବ, ନା ପଡ଼ିବ ସୂର୍ଯ୍ୟତାପ ଓ ଚୂମ୍ବକୀୟ ପ୍ରଭାବ। କିନ୍ତୁ ସୂର୍ଯ୍ୟ ଉପରେ ଅନବରତ ନଜର ରଖିବ ଆଦିତ୍ୟ L1। ସୋଲାର କ୍ବେକ୍ସ ବାବଦରେ ମଧ୍ୟ ସୂଚନା ମିଳିପାରିବ।ଆଦିତ୍ୟ L1ର ୭ଟି ପେ ଲୋଡ ରହିବ। ଏ ମଧ୍ୟରୁ ୪ଟି ସୂର୍ଯ୍ୟର ଆଲୋକର ବିଶ୍ଳେଷଣ କରିବ। ସେହିପରି ଅନ୍ୟ ତିନୋଟି ସୂର୍ଯ୍ୟର ଚୁମ୍ବକୀୟ ପ୍ରଭାବ ଏବଂ ପ୍ଲାଜମାର ଅନୁଧ୍ୟାନ କରିବ। ସେହିପରି ସୌରମଣ୍ଡଳର ଉତ୍ପତ୍ତି ବାବଦରେ ମଧ୍ୟ ଏହା ମାଧ୍ୟମରେ କିଛି ନୂଆ ସୂଚନା ମିଳିପାରିବ।
ସୌର ଜଗତ ସକଳ ଶକ୍ତିର ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ସୂର୍ଯ୍ୟ ଅଭିମୁଖେ ବାହାରିବ ଇସ୍ରୋର ଯାନ । ଲଞ୍ଚପ୍ୟାଡରେ ପ୍ରସ୍ତୁତ ରହିଛି ଆଦିତ୍ୟ । କେବଳ କମାଣ୍ଡକୁ ଅପେକ୍ଷା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ ସେଣ୍ଟରରୁ ଆଜି ଦିନ ୧୧ଟା୫୦ ମିନିଟରେ ଲଞ୍ଚ କରାଯିବ ଆଦିତ୍ୟ L1 । PSLV-C57 ରକେଟ୍ ଜରିଆରେ ସୂର୍ଯ୍ୟ ମୁହାଁ ହେବ ସ୍ପେସକ୍ରାଫ୍ଟ। ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ଶହେରୁ ୧୨୦ ଦିନ ସମୟ ଲାଗିବ । ପ୍ରଥମେ ଏହା ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ହେବ। ଧୀରେ ଧୀରେ ଦୀର୍ଘ ଅଣ୍ଡାକୃତି କକ୍ଷପଥରେ ଘୂରି ଘୂରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ। ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବରୁ ବାହାରକୁ ଯିବା ମାତ୍ରେ ଆଦିତ୍ୟ L1ର କ୍ରୁଜ ପର୍ଯ୍ୟାୟ ଆରମ୍ଭ ହେବ। ଏହାପରେ ଲାଗ୍ରାଞ୍ଜ ପଏଣ୍ଟ ୱାନ ଚତୁଃପାର୍ଶ୍ବରେ ଥିବା ବିଶାଳ ହଲୋ ଅର୍ବିଟକୁ ଆଦିତ୍ୟ L1କୁ ପ୍ରେରଣ କରାଯିବ। ଏଥିରେ ରହିଛି ୭ଟି ପେଲୋଡ। ୪ଟି ପେଲୋଡ଼ ସୂର୍ଯ୍ୟଙ୍କ ଆଡ଼କୁ ସିଧା ମୁହଁ କରି ରହିବ। ଅନ୍ୟ ୩ଟି ପେଲୋଡ଼ ସୂର୍ଯ୍ୟର କଣିକା ଓ କ୍ଷେତ୍ର ଉପରେ ଅଧ୍ୟୟନ କରିବେ।
