ଏସିଆ କପ୍ ୨୦୨୩ : ବାଂଲାଦେଶକୁ ୫ ଓ୍ବିକେଟରେ ହରାଇଲା ଶ୍ରୀଲଙ୍କା
ପାଲିକଲ: ଏସିଆ କପ୍ ୨୦୨୩ର ଦ୍ଵିତୀୟ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ହରାଇଲା ଶ୍ରୀଲଙ୍କା। ଶ୍ରୀଲଙ୍କାର ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ବାଂଲାଦେଶ । ଏହି ଲକ୍ଷ୍ୟକୁ ଶ୍ରୀଲଙ୍କା ୩୯ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଚରିଥ୍ ଅସଲଙ୍କା ସର୍ବାଧିକ ୬୨ ରନ କରିଥିବାବେଳେ ସଦିରା ସମରବିକ୍ରମ ୫୪ ରନ କରିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । କାରଣ ଦଳର ବ୍ୟାଟର ମାନେ ଶ୍ରୀଲଙ୍କା ବୋଲରଙ୍କୁ ସମ୍ମୁଖୀନ ହୋଇପାରିନଥିଲେ ଓ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶ୍ରୀଲଙ୍କା ବୋଲରଙ୍କ ଉଚିତ୍ ମୁକାବିଲ କରି ନ ପାରି ୧୬୪ ରନରେ ଅଲଆଉଟ୍ ହୋଇଥିଲା ବାଂଲାଦେଶ। ନଜମୁଲ ହୋସେନ ସାଣ୍ଟୋଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ବିଫଳ ହେବାରୁ ବାଂଲାଦେଶ ୪୨.୪ ଓଭରରେ ୧୬୪ ରନରେ ଅଲଆଉଟ୍ ହୋଇଛି। ସାଣ୍ଟୋ ୮୯ ରନର ଲଢୁଆ ବ୍ୟାଟିଂ କରିଛନ୍ତି। ଶ୍ରୀଲଙ୍କା ତରଫରୁ ମଥିସା ପରିରାନା ୩୨ ରନ ଦେଇ ୪ଟି ଓ୍ଵିକେଟ୍ ଦଖଲ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କା ସମ୍ମୁଖରେ ରହିଛି ୧୬୫ ରନର ସହଜ ବିଜୟ ଲକ୍ଷ୍ୟ ରହିଥିଲା ।

ବାଂଲାଦେଶ ପ୍ରଥମରୁ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ତଞ୍ଜିତ ହସନ(୦) ଖାତା ଖୋଲି ପାରିନ ଥିଲେ। ଦଳୀୟ ସ୍କୋର ୨୫ ରନରେ ମହମ୍ମଦ ନଇମ(୧୬) ଆଉଟ୍ ହୋଇଥିଲେ। ଅଧିନାୟକ ସାକିବ ଉଲ ହସନ(୫) ମଧ୍ୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ନଜମୁଲ ହୁସେନ ସାଣ୍ଟୋ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ ହରାଇ ଚାଲିଥିଲା। ଶ୍ରୀଲଙ୍କା ବୋଲର ମଥିସା ପଥିରାନା ବାଂଲାଦେଶର ମଧ୍ୟକ୍ରମ ବ୍ୟାଟିଂ ଭୁଶୁଡ଼ାଇଥିଲେ। ଟୋହିଡ ହ୍ରିଡୋ(୨୦) କିଛି ସମୟ କ୍ରିଜରେ ଜମି ରହିଥିଲେ। ମୁସଫିରକ ରହିମ(୧୩) ମଧ୍ୟ ଦଳକୁ ନିରାଶ କରିଥିଲେ। ସାଣ୍ଟୋକୁ ଅନ୍ୟ ପାର୍ଶ୍ଵରୁ କୌଣସି ସହଯୋଗ ନ ମିଳିବାରୁ ଶେଷରେ ବାଂଲାଦେଶ ୪୨.୪ ଓଭରରେ ୧୬୪ ରନରେ ଅଲଆଉଟ୍ ହୋଇଛି। ସାଣ୍ଟୋ ୧୨୨ ବଲ୍ରୁ ୭ ଚୌକା ସହ ୮୯ ରନର ଲଢୁଆ ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥିସା ପଥିରାନା ସଫଳ ବୋଲର ହିସାବରେ ୩୨ ରନରେ ୪ ଓ୍ଵିକେଟ୍ ନେଇଛନ୍ତି। ମହିଷ ତୀକ୍ଷନା ୧୯ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି। ଧନଞ୍ଜୟ ଡି ସିଲଭ୍, ଦୁନିଥ ଓ୍ଵାଲାଲାଗେ ଓ ଦାସୁନ ଶନାଙ୍କା ପ୍ରତ୍ୟେକ ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଛନ୍ତି।
