ଆପଣ ମଧ୍ୟ ପାଇ ପାରିବେ ୪୦୦ ଟଙ୍କା ଶସ୍ତାରେ ଏଲପିଜି ଗ୍ୟାସ ସିଲିଣ୍ଡର, କରିବାକୁ ହେବ ଏତିକି କାମ
ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମା’ ଓ ଭଉଣୀମାନଙ୍କୁ ଉପହାର ଦେଇଛନ୍ତି। ମୋଦୀ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ ୨୦୦ ଟଙ୍କା ଶସ୍ତା ମୂଲ୍ୟରେ ଏଲପିଜି ଗ୍ୟାସ ସିଲିଣ୍ଡର ଦେବାକୁ କହିଛନ୍ତି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ହେଉଛି ଏହି ଯୋଜନାର ହିତାଧିକାରୀ କିଏ ହେବେ? ୨୦୦ ଟଙ୍କା ଦେଇ ସିଲିଣ୍ଡର ଶସ୍ତା କିଏ ପାଇବ? ୨୦୧୬ ରେ କେନ୍ଦ୍ରରେ ମୋଦୀ ସରକାର ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ସିଲିଣ୍ଡର ଉପରେ କେନ୍ଦ୍ର ସରକାର ୨୦୦ ଟଙ୍କା ରିହାତି ପ୍ରଦାନ କରିସାରିଛନ୍ତି। ମଙ୍ଗଳବାର ରାତିରେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ହିତାଧିକାରୀମାନେ ୨୦୦ ଟଙ୍କା ରିହାତି ପାଇବେ ଏବଂ ଏହାର ଅର୍ଥ ହେଉଛି ୪୦୦ ଟଙ୍କା। ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ସମୟରେ ପ୍ରାୟ ୧୦ କୋଟି ପରିବାର ପିଏମ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ଲାଭ ପାଇଛନ୍ତି।
ଦେଶର ମା ଏବଂ ଭଉଣୀମାନଙ୍କୁ ଚୁଲିର ଧୂଆଁରୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା କେବଳ ଦାରିଦ୍ର ସୀମାରେଖା ତଳେ ଆସୁଥିବା ଲୋକଙ୍କୁ ଲାଭ ଦିଏ ଯେପରିକି ବିପିଏଲ ପରିବାର ସଦସ୍ୟଙ୍କୁ ଏହି ଲାଭ ମିଳିଥାଏ। ଏହି ଯୋଜନାର ଲାଭ ପାଇବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ। ଏହା ସହିତ ବିପିଏଲ୍ କାର୍ଡ ମଧ୍ୟ ଦେବାକୁ ପଡିବ। ଏଠାରେ କହି ରଖୁ ଯେ ବିପିଏଲ୍ କାର୍ଡ କେବଳ ସେହି ପରିବାରମାନଙ୍କ ପାଇଁ ତିଆରି ହୋଇଛି ଯାହା ଦାରିଦ୍ର ସୀମାରେଖା ତଳେ ରହିଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ବିପିଏଲ ମାପଦଣ୍ଡ ଅନୁଯାୟୀ ଯେଉଁ ପରିବାରର ବାର୍ଷିକ ଆୟ ୨୭ ହଜାର ଟଙ୍କାରୁ କମ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ। ଯଦିଓ ରାଜ୍ୟ ଗାଇଡ଼ ଲାଇନ ଅନୁଯାୟୀ ଏହି ମାପଦଣ୍ଡରେ ପରିବର୍ତ୍ତନ ଆସିପାରେ।
ତେବେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ନେବାକୁ ହେଲେ ଆପଣଙ୍କୁ ଗାଇଡ଼ଲାଇନ ଅନୁଯାୟୀ ଦସ୍ତାବିଜ ଦାଖଲ କରିବାକୁ ହେବ। ଗାଇଡ଼ ଲାଇନ ଅନୁଯାୟୀ ବିପିଏଲ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଥିବା ଜରୁରୀ। ସେହିପରି ପାଣି ବିଲ, ବିଦ୍ୟୁତ ବିଲ, ଡ୍ରାଇଭିଂ ଲାଇସେନ୍ସ, ଘର ପ୍ରମାଣପତ୍ର, ଆଦି ଦସ୍ତାବିଜ ସରକାରଙ୍କୁ ଠିକଣା ପ୍ରମାଣ ପତ୍ର ଭାବେ ପ୍ରଦାନ କରିପାରିବେ। ଶସ୍ତାରେ ସିଲିଣ୍ଡର ପାଇବାକୁ ହେଲେ ଆପଣ ଆପଣଙ୍କର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜବ କାର୍ଡର ନକଲ ପ୍ରଦାନ କରିବା ମଧ୍ୟ ଜରୁରୀ। ସେହିପରି ଗାଁ ମୁଖିଆଙ୍କ ଠାରୁ ଅନୁମତି ପ୍ରମାଣ ପତ୍ର ଆଣିବା ଜରୁରୀ।
