‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଅଗଷ୍ଟ ୨୩ ‘ଜାତୀୟ ମହାକାଶ ଦିବସ;
- ଚନ୍ଦ୍ରାବତରଣକୁ ମନେରଖିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବିଦେଶରୁ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଧା ବେଙ୍ଗାଳୁରୁ ଗସ୍ତ । ସକାଳା ୭ଟା ୧୫ ମିନିଟରେ ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ଏହା ପୂର୍ବରୁ ବେଙ୍ଗାଲୁରୁ ଏୟାରପୋର୍ଟ ପହଞ୍ଚିବାପରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଛନ୍ତି। ଏଥିସହ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଲେ ମୋଦି । ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଜୟ ଯବାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ। ଏଥିସହ ପିଏମ୍ ମୋଦି ସୂର୍ଯ୍ୟ ମିଶନକୁ ନେଇ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି।
ବୁଧବାର ସଂଧ୍ୟାରେ ଚନ୍ଦ୍ରଯାନ-୩ର ଅବତରଣ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଥିଲେ । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩ । ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ମହାକାଶଯାନ । ଦକ୍ଷିଣ ମେରୁରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ବିଶ୍ବରେ ପ୍ରଥମ ଦେଶ ହୋଇଛି ଭାରତ । ମହାକାଶ ଗବେଷଣାରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିଛି ଇସ୍ରୋ । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନର ଅଭିଯାନ ଆରମ୍ଭ। ଲ୍ୟାଣ୍ଡରରୁ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇଛି ରୋଭର। ଆସିଛି ମୁନ ୱାକର ପ୍ରଥମ ସେଲଫି। ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଜ୍ଞାନ ଦୃଷ୍ଟିକୋଣରୁ ଅନୁସନ୍ଧାନ କରିବ ପ୍ରଜ୍ଞାନ ।

ଅଗଷ୍ଟ ୨୩ ତାରିଖ ଜାତୀୟ ମହାକାଶ ଦିବସ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ଦିନକୁ ମନେରଖିବାକୁ ପ୍ରତିବର୍ଷ ଏହି ଦିନ ପାଳିତ ହେବ ଜାତୀୟ ମହାକାଶ ଦିବସ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଚନ୍ଦ୍ରଯାନ ମିଶନରେ ସାମିଲ ଥିବା ମହିଳାମାନ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନକୁ ଶିବଶକ୍ତି ଭାବେ ନାମିତ କରାଯାଇଛି ।
ଗ୍ରୀସ୍ ଗସ୍ତ ସାରି ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଶନରେ ସାମିଲ ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବେଙ୍ଗାଳୁରୁ ସ୍ଥିତି ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ଇସ୍ରୋ ଟିମର ଧର୍ଯ୍ୟକୁ ଗ୍ରାଣ୍ଡ ସାଲ୍ୟୁଟ୍ ଜଣାଇଛନ୍ତି । ପିଏମ ମୋଦିଙ୍କୁ ବେଙ୍ଗାଳୁରୁ ଏୟାରପୋର୍ଟରେ ପହଞ୍ଚିଲା ପରେ ବିପୁଳ ସ୍ବାଗତ କରାଯାଇଛି । ଏହାପରେ ସେଠାରେ ଉପସ୍ଥିତ ଜନସାଧରଣଙ୍କୁ ସମ୍ବୋଧିତ କରିଛନ୍ତି ।
ଚନ୍ଦ୍ରଯାନ-୩ ଟମକୁ ସମ୍ବୋଧିତ କରି ପିଏମ୍ ମୋଦି କହିଛନ୍ତି, ଆଜି ଦେଶବାସୀ ଏକ ଭିନ୍ନ ସ୍ତରରେ ଖୁସି ଅନୁଭବ କରୁଛନ୍ତି । ଚନ୍ଦ୍ରଯାନକୁ ପ୍ରଧାନମନ୍ତ୍ରୀ ଚିନ୍ତିତ ଥିବା କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଥାଇବି ମନ ଆପଣଙ୍କ ସହିତ ଥିବା ବୋଲି ପିଏମ୍ ମୋଦି କହିଛନ୍ତି । ଏହା ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଦିନକୁ ମନେରଖିବା ପାଇଁ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରିଛନ୍ତି । ପ୍ରତିବର୍ଷ ଏହି ଦିନ ମହାକାଶ ଦିବସ ଭାବେ ପାଳନ କରାଯିବ ।
