ବର୍ଷକ ମଧ୍ୟରେ ୧୬୦ ମାଓବାଦୀ ମୃତ
ଭୁବନେଶ୍ୱର : ଓଡ଼ିଶା, ଛତିଶଗଡ ଭଳି ଆଉ କିଛି ରାଜ୍ୟରେ ଏବେବି ଲାଲବାହିନୀଙ୍କ ଉତ୍ପାତ ଜାରି ରହିଛି । ଏମାନଙ୍କୁ ଦମନ କରିବା ବର୍ତମାନ ରାଜ୍ୟ ତଥା ଦେଶ ପୋଲିସ୍ ପାଇଁ ଏବେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ମାତ୍ର ବର୍ଷକ ମଧ୍ୟରେ ୧୬୦ ମାଓବାଦୀଙ୍କ ମୃତ୍ୟୁ ବିଶେଷ ଭାବରେ ଓଡ଼ିଶା-ଛତିଶଗଡ ପୋଲିସ୍ ର ସଫାଳତା ବୟାନ୍ କରୁଛି । ସୂଚନା ଅନୁସାରେ ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ନିଆଯାଇଛି ଯେ ଗତ ଗୋଟିଏ ବର୍ଷ ମଧ୍ୟରେ ୧୬୦ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି ।
ତଥ୍ୟ ଅନୁସାରେ ଏହି ୧୬୦ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ମରିଥିଲେ ଦଣ୍ଡକାରଣ୍ୟରେ । ପୁଲିସ୍ ଏନ୍କାଉଣ୍ଟରରେ ଏଠାରେ ୧୦୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଓଡ଼ିଶାରେ ୧୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର-ଝାଡ଼ଖଣ୍ଡରେ ୧୧, ଏମ୍ଏମ୍ସିରେ ୮ ଓ ପଶ୍ଚିମ ଘାଟିରେ ପୁଲିସ୍ ଏନ୍କାଉଣ୍ଟରରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୧୬୦ ନକ୍ସଲଙ୍କ ମଧ୍ୟରେ ୩୦ ଜଣ ମହିଳା ମଧ୍ୟ ରହିଥିବା ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୩ ଜଣ ଟପ୍ ମାଓ ନେତା ମଧ୍ୟ ସାମିଲ ରହିଛନ୍ତି । ତେବେ ମୃତ୍ୟୁବରଣ କରିଥିବା ୧୬୦ ମାଓବାଦୀଙ୍କ ମଧ୍ୟରୁ କିଛି ମାଓବାଦୀ ଜୀବନ କରୋନା ନେଇଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରାୟ ୧୩ ଜଣ ଟପ୍ ମାଓ ନେତାଙ୍କ ଜୀବନ ଯାଇଥିବା୍ୱାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
