ବାଲେଶ୍ୱର : ଭାଜପାର ବସ୍ତା ନିର୍ବାଚନମଣ୍ଡଳୀସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଭାଜପା ବସ୍ତା ନିର୍ବାଚନମଣ୍ଡଳୀସ୍ତରୀୟ କାର୍ଯ୍ୟ କର୍ତ୍ତା ସମାବେଶ ସୋମବାର ଅନୁଷ୍ଠିତ ହୋଇଛି ।
ବରିଷ୍ଠ ଭାଜପା ନେତା ଅରବିନ୍ଦ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗଦେଇ ଭାଜପାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ କହିଥିଲେ ଯେ, ସର୍ବଭାରତୀୟ କାର୍ଯ୍ୟକ୍ରମରେ ଭାଜପାର ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମକୁ କିପରି ବ୍ୟାପକ କରାଯାଇ ସବୁ ଗ୍ରାମରୁ ମାଟି ଆସି ଦିଲ୍ଲୀ ପଠାଯିବା ସହିତ ଭୋଟର ତାଲିକା ସଂଶୋଧନ, ପାର୍ଟି ପକ୍ଷରୁ ନୂତନ ଭୋଟରମାନଙ୍କୁ ସ୍ୱାଗତ, ବୁଥ୍ କମିଟି ଗଠନ, ପ୍ରତି ପଞ୍ଚାୟତରେ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରାଯିବ ସେ ଦିଗରେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲା ଉପ-ସଭାପତି ପ୍ରଦୀପ ପଣ୍ଡା, ଏମ୍ପିଙ୍କ ପ୍ରତିନିଧି ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବୈଠକରେ ବସ୍ତା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳର ସଭାପତି, ବୁଥ୍ କମିଟି ସଭାପତି ଓ ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ ।
