‘ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲି’ ସୁବିଧା ଆରମ୍ଭ, ବିଭ୍ରାଟ ସମୟରେ ସୁଗମ ହେବ ବିଜୁଳି ଯୋଗାଣ
ବାଲେଶ୍ୱର : ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ପ୍ରଥମ ଥର ପାଇଁ ‘ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲି’ ସୁବିଧା ଆରମ୍ଭ ହୋଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ ହେବ ।
ପାଞ୍ଚଟି ସର୍କଲ୍ ଯଥା ବାରିପଦା ସର୍କଲ୍, କେନ୍ଦୁଝର ସର୍କଲ, ବାଲେଶ୍ୱର ସର୍କଲ, ଯାଜପୁର ସର୍କଲ୍ ଏବଂ ଭଦ୍ରକ ସର୍କଲରେ ଏହି ସୁବିଧା ପ୍ରଦାନ କରାଯାଇଛି । ଅନ୍ୟ ୪ଟି ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲି ପାଇପଲାଇନ୍ରେ ଅଛି, ଯାହାକି ଅଳ୍ପ କିଛି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରଖାଯିବ । ଏହି ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲିରେ ୪୦୦ କେଭିଏ ଟ୍ରାନ୍ସଫର୍ମର ଏବଂ ୮୦୦ ଏଏଲ୍ଟି ଏୟାର ସର୍କିଟ ବ୍ରେକ୍ର ଲାଗିଛି । ଅର୍ଥାତ୍ ଏହା ଏକ ଏପରି ଟ୍ରାନ୍ସଫର୍ମର ଯେଉଁଥିରେ ଚକାରେ ଏଲ୍ଟି ପାର୍ଶ୍ୱ ସୁରକ୍ଷା ବ୍ୟବସ୍ଥା ରହିଛି । ଡିଟିଆର୍ ବିଫଳତା ସମୟରେ ବହୁତ କମ୍ ସମୟ ଭିତରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣରେ ଏହି ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲିଟି ସାହାଯ୍ୟ କରିବ ।
ସାଧାରଣତଃ ଏହି ମୋବାଇଲ୍ ଟ୍ରଲିଟି ବାତ୍ୟା, ବନ୍ୟା କିମ୍ୱା ଅନ୍ୟ ପରିସ୍ଥିତି ସମୟରେ ଲାଇନ୍ ନଥିଲା ସମୟରେ ଏହାକୁ ବ୍ୟବହାର କରି ଉପଭୋକ୍ତାଙ୍କୁ ନିରନ୍ତର ବିଦ୍ୟୁତ୍ ସୁବିଧା ଯୋଗାଇ ଦିଆଯାଇପାରିବ । ସେହିପରି କୌଣସି ପର୍ବପର୍ବାଣୀ କିମ୍ବା ଉତ୍ସବରେ ଅଧିକ ଲୋଡ୍ ଦରକାର ପଡ଼ିଲେ ଏହା ଦ୍ୱାରା ପୂରଣ କରିହେବ । ଗ୍ରୀଷ୍ମ ଦିନରେ ଡିଟିଆର୍ ଗୁଡ଼ିକର ଓଭରଲୋଡ଼ିଂକୁ ହ୍ରାସ କରିବାକୁ ଏହା ବେଶ୍ ସହାୟକ ହେବ ଏବଂ ହଠାତ କୌଣସି ବିପର୍ଯ୍ୟୟ ଘଟିଲେ ଡାକ୍ତରଖାନା, ଅଗ୍ନିଶମ ସେବା, ପିଏଚ୍ଡି, ପମ୍ପ ହାଉସ୍ ଏବଂ ରେଳ ସେବାରେ ବିଦ୍ୟୁତ୍ ପୁନଃରୁଦ୍ଧାର ପାଇଁ ଏହି ମୋବାଇଲ୍ ଟ୍ରଲିର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ରହିଛି ।
ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲିର ଲାଭ :
- ତ୍ରୁଟିପୂର୍ଣ୍ଣ ବଣ୍ଟନ ଟ୍ରାନ୍ସଫରମର ମାମଲାରେ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ଲାଗି ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲିକୁ ଶୀଘ୍ର ବ୍ୟବହାର କରିହେବ ।
- ହସ୍ପିଟାଲ ଓ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସେବା ମାମଲାରେ ଶୀଘ୍ର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବାରେ ଏହି ସବ୍ଷ୍ଟେସନଗୁଡ଼ିକ ବିଶେଷ ସହାୟକ ହୋଇପାରିବ ।
- ଡିଏସ୍ଏସ୍ର ମରାମତି ଭଳି ମାମଲାରେ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ଟ୍ରଲି ବ୍ୟବହାର କରାଯାଇପାରିବ ।
- ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲି ଗୁଡ଼ିକ ଛୋଟ ଏବଂ ସହଜରେ ପରିବହନ କରିହେବ । ତେଣୁ ଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାରେ ସହାୟକ ହେବ ।
ଚା ପ୍ରକଳ୍ପ କାର୍ଯ୍ୟ ସମୟରେ ସାମୟିକ ବିଦ୍ୟୁତ୍ ଯୋଗାଣ ପାଇଁ ଏହାକୁ ବ୍ୟବହାର କରିହେବ ।
