‘ମା ତୁଝେ ସଲାମ ୨’ରେ ନଜର ଆସିବେ ସନ୍ନି ଦେଓଲ୍, ସାମ୍ନାକୁ ଆସିଲା ପୋଷ୍ଟର
ମୁମ୍ଵାଇ : ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଧମାଲ କରୁଛି। ଏହି ଚଳଚ୍ଚିତ୍ରର ଜବରଦସ୍ତ ସଫଳତା ପରେ ସନି ଦେଓଲଙ୍କର ଅନ୍ୟ ଚଳଚ୍ଚିତ୍ରର ସିକ୍ୱେଲ ଉପରେ ଆଲୋଚନାର ଆରମ୍ଭ ହୋଇଛି । ପ୍ରଥମେ ସନ୍ନି ‘ବର୍ଡର ୨’ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା। ଏବେ ଫିଲ୍ମ ‘ମା ତୁଝେ ସଲାମ ୨’ରେ ମଧ୍ୟ ସେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। । ଟ୍ରେଡ ଆନାଲିଷ୍ଟ ଅତୁଲ ମୋହନ ଫିଲ୍ମର ପୋଷ୍ଟର ମଧ୍ୟ ଜାରି କରିଛନ୍ତି। ପୋଷ୍ଟର ଦେଖିବା ପରେ ପ୍ରଶଂସକ ଫିଲ୍ମରେ ସନ୍ନି ଦେଓଲ ଥିବା ଅନୁମାନ କରୁଛନ୍ତି।
ହେଲେ ଷ୍ଟାରକାଷ୍ଟକୁ ନେଇ ଏବେ କୌଣସି ସୂଚନା ମିଳିନାହିଁ। କାରଣ ଏଥିରେ ଖୁବ୍ଶୀଘ୍ର ଆସୁଅଛି ଲେଖାଯାଇଛି।ଏହି ପୋଷ୍ଟର ଦେଖାଯିବା ପରେ ପ୍ରଶଂସକଙ୍କ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜଣେ ୟୁଜର୍ସ ଲେଖିଛନ୍ତି, ଗଦର ସଫଳତା ପରେ ଆହୁରି ଅନେକ ଘୋଷଣା ହେବ। ଅନ୍ୟ ଜଣେ ଲେଖିଛନ୍ତି, “ମୁଁ ଆଶା କରୁଛି ସନ୍ନି ଦେଓଲ ପୁଣି ଧମାଲ କରିବେ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସନି ଦେଓଲଙ୍କ ଗଦର ୨ ବକ୍ସ ଅଫିସରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛି। ଏହି ଚଳଚ୍ଚିତ୍ର ୧୦ ଦିନ ମଧ୍ୟରେ ୩୭୫ କୋଟିରୁ ଅଧିକ ବ୍ୟବସାୟ କରିଛି । ଆଗାମୀ ଏକ କିମ୍ବା ଦୁଇ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ୪୦୦ କୋଟି କ୍ଲବରେ ଯୋଗ ଦେବ ବୋଲି କୁହାଯାଉଛି।
