ବାଲେଶ୍ୱର : ନୀଳମଣି ମହାବିଦ୍ୟାଳୟରେ ‘ମୋ ମାଟି, ମୋ ଦେଶ’ ଅଭିଯାନ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସୀମା ସୁରକ୍ଷା ବାହିନୀର ପୂର୍ବତନ ସୈନିକ ତଥା ରୂପସା ସାମିଲ ହସନପୁର ଗ୍ରାମର ଭିକାରୀ ଚରଣ ମିସ୍ତ୍ରୀଙ୍କୁ ଜାତୀୟ ସେବା ଯୋଜନା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।
ମୁଖ୍ୟଅତିଥି ଅଧ୍ୟକ୍ଷ ଡ. ତପନ କୁମାର ବେହେରା, ସମ୍ମାନିତ ଅତିଥି ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଡ. ଆରୁଣୀ ମିଶ୍ର, ଅଧ୍ୟାପକ ସରୋଜ କୁମାର ପାଣି ଓ ହରେନ୍ଦ୍ର ଗାଣ ପ୍ରମୁଖ ଯୋଗଦେଇ ପୂର୍ବତନ ସୈନିକ ଶ୍ରୀ ମିସ୍ତ୍ରୀଙ୍କୁ ପ୍ରଶଂସା ପତ୍ର, ମୋମେଣ୍ଟୋ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମିସ୍ତ୍ରୀ ଭାରତୀୟ ସୀମାରେ ନିଜର କର୍ତ୍ତବ୍ୟ ପରାୟଣତା, ଆଦର୍ଶ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲାକପାତ କରିବା ସହ ଛାତ୍ରୀଛାତ୍ରଙ୍କୁ ଦେଶ ପ୍ରେମର ବାର୍ତ୍ତା ଦେଇଥିଲେ ।
