ବାଲେଶ୍ୱର : ଶାନ୍ତିଲତା ମହାବିଦ୍ୟାଳୟରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମନୋରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଦେଶ ପ୍ରୀତି, ଜାତି ପ୍ରୀତିରେ ଉଦ୍ବୁଦ୍ଧ ହେବାକୁ ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟବକ୍ତା ଦର୍ଶନ ବିଭାଗ ଅଧ୍ୟାପକ ମାନସ କୁମାର ଦତ୍ତ ଯୋଗଦେଇ ଯୁବଶକ୍ତି ରାଷ୍ଟ୍ରର ଶ୍ରେଷ୍ଠ ଶକ୍ତି ହୋଇଥିବାରୁ ଦେଶ ପାଇଁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସପନ ମହାପାତ୍ର, ଉମାଶଙ୍କର ପାଣି, ପୂର୍ଣ୍ଣଚନ୍ଦ୍ର ଭୋଳ, ଶାଶ୍ୱତ ପାତ୍ର, ଅଧ୍ୟାପିକା ଦୁର୍ଗା ମାରାଣ୍ଡି, ଭାରତୀ ଭୋଇ ଓ ପ୍ରଣତି ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଜେମାମଣି ସାହୁଙ୍କ ତତ୍ତ୍ୱାବଧାନରେ ଶହୀଦଙ୍କ ଉଦ୍ଦେଶ୍ୟରେ ଦୀପ ଦାନ, ପଞ୍ଚାୟତରୁ ମାଟି ସଂଗ୍ରହ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
