ବାଲେଶ୍ୱର : ଡ. ଶିଶିର କୁମାର କରଙ୍କର ଆତ୍ମଜୀବନୀ “ଜନ୍ମମାଟି କର୍ମମାଟି” ଲୋକାର୍ପିତ
ବାଲେଶ୍ୱର : ବାଲେଶ୍ୱର କବିତୀର୍ଥ ଶାନ୍ତିକାନନରେ ଗବେଷକ ଡ. ଶିଶିର କୁମାର କରଙ୍କର ଆତ୍ମଜୀବନୀ “ଜନ୍ମମାଟି କର୍ମମାଟି” ଉନ୍ମୋଚିତ ହୋଇଯାଇଛି । ଫକୀରମୋହନ ସାହିତ୍ୟ ପରିଷଦର ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀଙ୍କ ପୌରୋହିତ୍ୟରେ ଆୟୋଜିତ ସାରସ୍ୱତ ସଭାରେ ବରେଣ୍ୟ ସାରସ୍ୱତ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଉଦ୍ଘାଟକ ଭାବରେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବରେ ମଞ୍ଚମଣ୍ଡନ କରିଥିବାବେଳେ ଗବେଷକ ଡ. ବସନ୍ତ କୁମାର ଦାସ ଓ ଗୀତିକାର ପୀତାମ୍ବର ମିଶ୍ର ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଡ. ଶିଶିର କୁମାର କର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଲେଖକଙ୍କ ପରିବାର ତରଫରୁ ପତ୍ନୀ ଉତ୍ତମାଶା କର, ପୁତ୍ର ସୌଭାଗ୍ୟ ସଂପଦ କର, ପୁତ୍ରବଧୂ ଅନିନ୍ଦିତା ତିଆଡ଼ି ଓ କନ୍ୟା ଶ୍ରେୟାଙ୍କିତା କର ବକ୍ତବ୍ୟ ରଖିଥିଲେ ।
ଯୁଗ୍ମସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ୱାନ କରିଥିବାବେଳେ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଂପାଦକ ଦୀପକ ବୋଷ ପ୍ରାକ୍ ସୂଚନା ଓ ଅନ୍ୟତମ ଯୁଗ୍ମସଂପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣା ରାୟ, ରୀପିକା ଦାଶ, ବନଜବାସିନୀ କର, ଡ. ଭାଗବତ ପ୍ରସାଦ ଦାସ, ଦୀନବନ୍ଧୁ ଲେଙ୍କା, ମୀନାକୁମାରୀ ଅଗସ୍ତୀ, କମଳାକାନ୍ତ ନାୟକ, ତପନ ରାୟ, ନିବାରଣ ଜେନା, ନିରଞ୍ଜନ ରାଉତ, ଦୀଲ୍ଲିପ କୁମାର ଚକ୍ରବର୍ତ୍ତୀ, ଲମ୍ବୋଦର ନାୟକ, ବିଦୁସ୍ମିତା ପାଢ଼ି, ହେମନ୍ତ କୁମାର ପାଢ଼ି, ସନ୍ତୋଷ କୁମାର ନାୟକ, ଜୟକୃଷ୍ଣ ତିଆଡ଼ି, ଶକୁନ୍ତଳା ପାଣିଗ୍ରାହୀ, ସୁକାନ୍ତ ଗିରି, ରାଜେଶ ଗିରି, ନରହରି ପଣ୍ଡା, ଅନୁପକୁମାର ନାୟକ, ସୁଷମା ମହାପାତ୍ର, ଲକ୍ଷ୍ମୀକାନ୍ତ ବେହେରା, ବାସନ୍ତୀ କର, ପୁଷ୍ପଲତା ଚକ୍ରବର୍ତ୍ତୀ, ମାମିନା ମହାପାତ୍ର, ଦୀପକ କୁମାର ଦାସ, ଦେବାଶିଷ ସିଂ, ଶାନ୍ତିଲତା ପଣ୍ଡା, ସୁବ୍ରତା ମହାନ୍ତି, ପଦ୍ମଲୋଚନ ଦତ୍ତ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଶତାଧିକ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
