ବଲାଙ୍ଗିର ଜିଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ, ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା
ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ସହରର ଐତିହ୍ୟସମ୍ପନ୍ନ କୋଶଲ କଳାମଣ୍ଡଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ମହିଳାମାନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ପଡ଼ିଥିବା କଳାମଣ୍ଡଳର ବିକାଶ କାର୍ଯ୍ୟ ଉପରେ ସଚିବ ଦୃଷ୍ଟିପାତ କରିଥିଲେ । ପଡିଆରେ ଥିବା ମଞ୍ଚ , ପାକିଂ ପାଇଁ ଜିଲ୍ଲାପାଳ ପ୍ଲାନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ସଚିବ କହିଥିଲେ । ଏହାସହ ଦେବାଳୟଗୁଡିକର ବିକାଶ ପାଇଁ ୭ ଦିନ ମଧ୍ୟରେ ସରକାର ଖୁସି ଖବର ଦେବେ ବୋଲି କହିଥିଲେ ।
ପ୍ରଥମେ ଵଲାଙ୍ଗିର ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତି ନେଇ ସେବାୟତ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । ଏଥିସହ ଗୋପାଳ ଜି ଏବଂ ପାଟଣେଶ୍ବରୀ ମନ୍ଦିରର ବିକାଶ ପାଇଁ ଘୋଷଣା କରିଥିଲେ । ଏହାପରେ କୋଶଲ କଳା ମଣ୍ଡଳ ପଡିଆରେ ପହଂଚି ଵଲାଙ୍ଗିରର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ୍। ପରେ ଵଲାଙ୍ଗିର ଲୋୟର ଶୁକତେଲ ଜଳ ସେଚନ ପ୍ରକଳ୍ପକୁ ଯାଇ ସମୀକ୍ଷା କରିବେ। ରାଣୀପୁର ଝରିଆଲର ଚଉଷଠୀ ଯୋଗିନୀ ପୀଠ ବୁଲିବା ସହ ଲୋଇସିଙ୍ଗା ଓ ମୁରିବାହଲରେ ଅଭିଯୋଗ ଶୁଣାଣୀରେ ଯୋଗଦେବେ ୫ଟି ସଚିବ।
