ହରିୟାଣାରେ ୮ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ
Gurugram, Aug 05 (ANI): Rapid Action Force (RAF) personnel conduct a flag march at Badshahpur area following incidents of violence in Nuh district and surrounding areas, in Gurugram on Saturday. (ANI Photo)
ଗୁରୁଗ୍ରାମ: ହରିୟାଣାର ନୁହ ଜିଲ୍ଲାରେ ଜୁଲାଇ ୩୧ରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହି ନିଷେଧାଦେଶ ଏବେ ଅଗଷ୍ଟ ୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ୍ ବ୍ୟତୀତ ମୋବାଇଲ୍ ନେଟୱାର୍କରେ ପ୍ରଦାନ କରାଯାଉଥିବା ମୋବାଇଲ୍ ଇଣ୍ଟରନେଟ୍ ସେବା, ବଲ୍କ ଏସ୍ଏମ୍ଏସ୍ ଏବଂ ସମସ୍ତ ଡଙ୍ଗଲ୍ ସେବା ଅଗଷ୍ଟ ୮, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଅନ୍ୟପକ୍ଷରେ ହିଂସା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ଗିରଫଦାରୀ ଜାରି ରହିଛି ।
ଶନିବାର ସ୍ଥାନୀୟ ପ୍ରଶାସନ ମଧ୍ୟ ହିଂସାରେ ସମ୍ପୃକ୍ତ ଲୋକଙ୍କ ଘର ଏବଂ ଦୋକାନ ଉପରେ ବୁଲଡୋଜର ଆକ୍ସନ ନେଇ ବେଆଇନ ନିର୍ମାଣ ଭାଙ୍ଗିଥିଲା ।
