ପାକିସ୍ତାନ ଟିମକୁ ହଠାତ ମିଳିଗଲା ଏନଓସି, ମଙ୍ଗଳବାର ଭାରତରେ ପହଞ୍ଚି ଖେଳିବ ପୂରା ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ଅଗଷ୍ଟ ୩ରୁ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଯିବାକୁ ପାକିସ୍ତାନ ହକି ଦଳକୁ ଅନୁମତି ମିଳିଛି। ପାକିସ୍ତାନ ହକି ଫେଡେରେଶନ (ପିଏଚକେ) ସଚିବ ହାଇଦର ହୁସେନ୍ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟରୁ ଆପତ୍ତି ଶୂନ୍ୟ ପ୍ରମାଣପତ୍ର ପାଇଛନ୍ତି। ସେ କହିଛନ୍ତି, “ପାକିସ୍ତାନୀ ଦଳ ମଙ୍ଗଳବାର ୱାଘା ସୀମାରୁ ଅମୃତସର ଯାତ୍ରା କରିବ ଏବଂ ସେଠାରୁ ଚେନ୍ନାଇକୁ ଘରୋଇ ବିମାନ ଉଡ଼ାଣ କରିବ। ସେ କହିଛନ୍ତି ଯେ ସେ ତିନିଜଣ ଅଧିକାରୀଙ୍କ ପାଇଁ ଭିସା ଅପେକ୍ଷା କରିଛନ୍ତି। ଏଥିମଧ୍ୟରେ ଜାତୀୟ ଦଳର ନବ ନିଯୁକ୍ତ ପରାମର୍ଶଦାତା ଶାହନାଜ ଶେଖ ଅଛନ୍ତି।
ସୋମବାର ସୁଦ୍ଧା ଭିସା ପାଇବାକୁ ସେ ଆଶାୟୀ ରହିଥିବା ନେଇ ବୋଲି ହାୟଦାର କହିଛନ୍ତି। ଭାରତୀୟ ଉଚ୍ଚାୟୋଗ ଅବଶିଷ୍ଟ ଖେଳାଳି ଏବଂ ଅଧିକାରୀଙ୍କ ପାଇଁ ଭିସା ଜାରି କରିସାରିଛନ୍ତି। ଅଗଷ୍ଟ ୩ରେ ମାଲେସିଆ ବିପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚ୍ ଖେଳିବ।
ସୂଚନାଯୋଗ୍ୟ ଅଗଷ୍ଟ ୩ ରୁ ୧୨ ପର୍ଯ୍ୟନ୍ତ ଚେନ୍ନାଇରେ ଖେଳାଯିବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ଦିବସରେ ଭାରତୀୟ ପୁରୁଷ ହକି ଦଳ ଚୀନକୁ ଭେଟିବ। ମେଜର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମରେ ପ୍ରଥମ ଦିନର ଅନ୍ତିମ ମ୍ୟାଚରେ ଆୟୋଜକ ଭାରତ ଏବଂ ଚୀନ୍ ଶିଙ୍ଗ ଲକ୍ କରିବେ। ଚୀନ୍ ପରେ ଭାରତ ଅଗଷ୍ଟ ୪ରେ ଜାପାନ ଏବଂ ଅଗଷ୍ଟ ୬ରେ ମାଲେସିଆ ସହିତ ମୁହାଁମୁହିଁ ହେବ। ଏହାର ଗୋଟିଏ ଦିନ ପରେ କୋରିଆ ସହିତ ଧକ୍କା ହେବ।
ଏସିଆନ୍ ହକି ଫେଡେରେସନ୍ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଅଗଷ୍ଟ ୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହେବ। ଏହି ୬ଟି ଦଳ ଟୁର୍ନାମେଣ୍ଟରେ ଦକ୍ଷିଣ କୋରିଆ, ମାଲେସିଆ, ପାକିସ୍ଥାନ, ଜାପାନ, ଚୀନ୍ ଏବଂ ଭାରତ ଅଂଶଗ୍ରହଣ କରିବେ। ସମସ୍ତ ଦଳ ସମାନ ପୁଲରେ ଅଛନ୍ତି ଏବଂ ପଏଣ୍ଟ ଟେବୁଲ୍ ଆଧାରରେ ସେମାନଙ୍କର ସ୍ଥିତି ସ୍ଥିର ହେବ। ଡିଫେଣ୍ଡିଂ ଚାମ୍ପିଅନ୍ କୋରିଆ ପ୍ରଥମ ମ୍ୟାଚରେ ଜାପାନ ଖେଳିବ।
ସେମିଫାଇନାଲ ୧୧ ଅଗଷ୍ଟରେ ଏବଂ ଫାଇନାଲ ୧୨ ଅଗଷ୍ଟରେ ଖେଳାଯିବ। ଭାରତ (୨୦୧୧, ୨୦୧୬, ୨୦୧୮) ଏବଂ ପାକିସ୍ତାନ (୨୦୧୨, ୨୦୧୩, ୨୦୧୮) ତିନିଥର ଲେଖାଏଁ ଟାଇଟଲ ହାତେଇ ସାରିଛନ୍ତି। ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି କହିଛନ୍ତି ଚେନ୍ନାଇରେ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୩ ଆୟୋଜନ କରି ଆମେ ଆନନ୍ଦିତ। ମୁଁ ଚାହୁଁଛି ଭାରତୀୟ ଦଳ ଟାଇଟଲ ହାସଲ କରନ୍ତୁ। ଅନ୍ୟ ଦଳ ଭଲ ପ୍ରଦର୍ଶନ କରନ୍ତୁ।
ପାକିସ୍ତାନ ଟିମ: ମହମ୍ମଦ ଉମର ଭଟ୍ଟ (କ୍ୟାପଟେନ), ଅକମଲ ହୁସେନ୍, ଅବଦୁଲ୍ଲା ଇଶ୍ଟିଆକ୍ ଖାନ୍, ମହମ୍ମଦ ଅବଦୁଲ୍ଲା, ମହମ୍ମଦ ସୁଫିଆନ୍ ଖାନ୍, ଏହତ୍ସାମ ଅସଲମ୍, ଓସାମା ବଶିର, ଆକିଲ ଅହମ୍ମଦ, ଅର୍ଶଦ ଲିଆକୁଟ, ମହମ୍ମଦ ଇମାଦ, ଅବଦୁଲ ହାନାନ ସହିଦ, ଜାକରିଆ ହାୟାତ୍, ରାଣା ଅବଦୁଲ ୱାହିଦ୍ ଆଶ୍ରାଫ୍ କ୍ୟାପଟେନ୍)), ରୋମାନ୍, ମହମ୍ମଦ ମୁର୍ତାଜା ୟାକୁବ, ମହମ୍ମଦ ଶାହଜେବ ଖାନ, ଆଫ୍ରାଜ, ଅବଦୁଲ ରହମାନ।
ଷ୍ଟାଣ୍ଡ ବାୟ : ଅଲି ରଜା, ମହମ୍ମଦ ବାକିର, ମହମ୍ମଦ ନାଦିମ ଖାନ, ଅବଦୁଲ ୱାହାବ, ୱାକର ଅଲି, ମହମ୍ମଦ ଆର୍ସାଲାନ ଏବଂ ଅବଦୁଲ କାୟୁମ।
