ଆଜି ୧୫ ଜିଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ପାଇଁ ଟିକାକରଣ ଧିମେଇ ଯାଇଛି । ଟିକା ଅଭାବ କାରଣରୁ ଶନିବାର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, ଦେଓଗଡ଼, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଏବଂ ସୁବର୍ଣ୍ଣପୁର। ରାଜ୍ୟରେ ଏବେ ୧୦ ଲକ୍ଷ ୫୫ ହଜାର କୋଭିସିଲ୍ଡ ଥିବା ବେଳେ ୪ ଲକ୍ଷ ୧୮ ହଜାର କୋଭାକ୍ସିନ ଟିକା ମହଜୁଦ ରହିଛି । ସେହିପରି ଶୁକ୍ରବାର ୯ ଲକ୍ଷ ୪୪ ହଜାର ଡୋଜ୍ କୋଭିସିଲ୍ଡ ଟିକା ଆସିଛି। ଏସବୁ ବିଭିନ୍ନ ଜିଲ୍ଲାକୁ ବିତରଣ କରାଯିବ।
ସୂଚନା ଯେ, ରାଜ୍ୟରେ ଗତ ଶୁକ୍ରବାର ୧୦୭ଟି ଜିଲାରେ ୩୧ହଜାର ୨୯୨ଜଣ ହିତାଧିକାରୀ କରୋନା ଟିକା ନେଇଛନ୍ତି। ଏହି ଟିକାଦାନକୁ ମିଶାଇ ରାଜ୍ୟର ମୋଟ ଟିକାକରଣ ସଂଖ୍ୟା ୧କୋଟି ୧୯ଲକ୍ଷ ୫୨ହଜାର ୨୪୧ରେ ପହଞ୍ଚିଛି। ଏଥିରେ ୧୮ରୁ ୪୪ବର୍ଷର ୨୯ଲକ୍ଷ ୭୯ହଜାର ୬୮୫ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବାବେଳେ ୧ଲକ୍ଷ ୫୮ହଜାର ୯୩୨ ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୬୦ଲକ୍ଷ ୯୩ହଜାର ୪୯୪ଜଣ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବାବେଳେ ୧୬ଲକ୍ଷ ୬ହଜାର ୨୨୮ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ଼ ଯୋଦ୍ଧା ଅବଶିଷ୍ଟ ଟିକା ନେଇଛନ୍ତି। ୨୦ହଜାର ୪୮୯ଜଣ ଯୁବବର୍ଗ ପ୍ରଥମ ପାନ ନେଇଥିବାବେଳେ ୨୨୨୬ଜଣ ଦ୍ଵିତୀୟପାନ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୩ହଜାର ୯୨ଜଣ ପ୍ରଥମ ପାନ ଏବଂ ୪ହଜାର ୮୮୭ଜଣ ଦ୍ଵିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ଅବଶିଷ୍ଟ ଟିକା ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ନେଇଛନ୍ତି। ରାଜ୍ୟରେ ଏବେ ୧୦ଲକ୍ଷ ୫୫ହଜାର ୮୦୦ ପାନ ‘କୋଭିସିଲଡ’ ଟିକା ମହଜୁଦ୍ ରହିଥିବାବେଳେ ୪ଲକ୍ଷ ୧୮ହଜାର ୪୨୦ ପାନ ‘କୋଭାକ୍ସିନ୍’ ଟିକା ରହିଛି।
