ଫିକ୍କି ରୋଡ଼ ସେଫଟି-୨୦୨୩ର ସ୍ୱତନ୍ତ୍ର ଜୁରୀ ପୁରସ୍କାର ହାସଲ କଲା ଏସଟିଏ
ଭୁବନେଶ୍ୱର : ପ୍ରଶଂସନୀୟ କାର୍ଯ୍ୟ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ମିଳିଛି ପ୍ରଶଂସା ଓ ସ୍ୱୀକୃତି। ସଡ଼କ ସୁରକ୍ଷା ପଦକ୍ଷେପ ପାଇଁ ଏସଟିଏ ଫିକ୍କି ରୋଡ଼ ସେଫଟି-୨୦୨୩ର ସ୍ୱତନ୍ତ୍ର ଜୁରୀ ପୁରସ୍କାର ହାସଲ କରିଛି । ‘ଅପରେସନ ରକ୍ଷକ’ ଓ ଜାତୀୟ ସଡ଼କ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଭଳି ଅଭିନବ ପଦକ୍ଷେପ ପାଇଁ ଏସଟିଏ ପୁରସ୍କୃତ ହୋଇଛି ।
ନୂଆଦିଲ୍ଲୀରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ପୁରସ୍କାର ଗ୍ରହଣ କରିଥିଲେ।
