ବିଶ୍ୱରେ ଆଉ ୪,୨୦,୫୭୬ ସଂକ୍ରମିତ ଓ ୭,୯୭୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୩୩ଲକ୍ଷ ୮୭ହଜାର ୨୨୯ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୭୦ହଜାର ୫୬୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୨୦ହଜାର ୫୭୬ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୯୭୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୩୩ଲକ୍ଷ ୮୭ହଜାର ୨୨୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୭୦ହଜାର ୫୬୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୭୯ଲକ୍ଷ ୯୧୯ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୫ଲକ୍ଷ ୧୫ହଜାର ୭୪୮ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୫ଲକ୍ଷ ୬୦ହଜାର ୬୪୬ ସଂକ୍ରମିତ ଓ ୬ଲକ୍ଷ ୨୦ହଜାର ୬୩୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୬ଲକ୍ଷ ୨୨ହଜାର ୩୦୪ ସଂକ୍ରମିତ ଓ ୫ଲକ୍ଷ ୨୦ ହଜାର ୧୮୨ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୭୭ ହଜାର ୯୬୫ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୧୧୧ ମୃତ, ଋଷିଆରେ ୫୫ ଲକ୍ଷ ୩୮ ହଜାର ୧୪୨ ସଂକ୍ରମିତ ଓ ୧ଲକ୍ଷ ୩୫ ହଜାର ୮୮୬ ମୃତ, ତୁର୍କୀରେ ୫୪ ଲକ୍ଷ ୩୦ ହଜାର ୯୪୦ ସଂକ୍ରମିତ ଓ ୪୯ ହଜାର ୭୭୪ ମୃତ, ୟୁକେରେ ୪୮ ଲକ୍ଷ ୨୮ ହଜାର ୪୬୩ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୧୬୨ ମୃତ, ଆର୍ଜେଣ୍ଟିନାରେ ୪୪ ଲକ୍ଷ ୯୧ ହଜାର ୫୫୧ ସଂକ୍ରମିତ ଓ ୯୪ ହଜାର ୭୭୨ମୃତ, କଲୋମ୍ବିଆରେ ୪୨ ଲକ୍ଷ ୬୯ ହଜାର ୨୯୭ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୧୩୭ମୃତ, ଇଟାଲିରେ ୪୨ ଲକ୍ଷ ୬୦ ହଜାର ୭୮୮ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୫୮୭ମୃତ, ସ୍ପେନରେ ୩୮ ଲକ୍ଷ ୨୧ ହଜାର ୩୦୫ ସଂକ୍ରମିତ ଓ ୮୦ ହଜାର ୮୮୩ ମୃତ ରହିଛନ୍ତି ।
