ମା’ ହେଲେ ଅଭିନେତ୍ରୀ ସନା ଖାନ, ଜନ୍ମ ଦେଲେ ପୁତ୍ର ସନ୍ତାନ
ନୂଆଦିଲ୍ଲୀ : ମା’ ହେଲେ ପୂର୍ବତନ ଅଭିନେତ୍ରୀ ତଥା ମହିଳା ଉଦ୍ୟୋଗୀ ସନା ଖାନ୍। ଗତ ବୁଧବାର ସନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିଜର ମା’ ହେବା ଖବର ନିଜେ ସନା ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆଉ ଏହି ଖୁସି ଖବର ଦେବାପରେ ଫ୍ୟାନ୍ସଙ୍କ ତରଫରୁ ତାଙ୍କ ନିକଟକୁ ପହଞ୍ଚୁଛି ଶୁଭେଚ୍ଛାର ସୁଅ।
ପୂର୍ବତନ ଅଭିନେତ୍ରୀ ତଥା ଭାରତର ଜଣେ ମହିଳା ଉଦ୍ୟୋଗୀ ଭାବରେ ଜଣା ସନା ଖାନ ନିଜ ପ୍ରେଗନେନ୍ସିକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ । ଆଉ ଏବେ ମାଆ ହେବା ପରେ ଖୁବ୍ ଖୁସି ଅଛନ୍ତି ସନା । ଏକ ଭିଡିଓ ସେୟାର କରି ପୋଷ୍ଟରେ କହିଛନ୍ତି ‘‘ଆଲ୍ଲାହ ଆମକୁ ନିଜ ସନ୍ତାନକୁ ଲାଳନ ପାଳନ ପାଇଁ ପୂରା ସାମର୍ଥ୍ୟ ଦିଅନ୍ତୁ।’’ ଏହା ସହ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଯେଉଁମାନ ତାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନା ଯେ, ସନା ଖାନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ସନାଙ୍କ ସ୍ବାମୀ ଅନସ ସଇଦଙ୍କ ସହ ସେ ଅନେକ ସମୟରେ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ୨୦୨୦ରେ ଅଭିନୟରୁ ଅବସର ପରେ ଅଭିନେତ୍ରୀ ସଂପୂର୍ଣ୍ଣ ଭାବରେ ନିଜର ବ୍ୟକ୍ତିଗତ ଜୀବନ ବିତାଉଛନ୍ତି। ନଭେମ୍ବର ୨୦୨୦ରେ ମୁଫ୍ତି ଅନସ ସେୟଦଙ୍କୁ ବିବାହ କରିଥିଲେ। ଆଉ ଏବେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଆଉ ଏମିତିରେ ଫ୍ୟାନ୍ସ ସନାଙ୍କ ପୁଅର ପ୍ରଥମ ଝଲକ ଦେଖିବାକୁ ଅପେକ୍ଷା କରିଛନ୍ତି।
