ଆଜି ଜାତୀୟ ଡାକ୍ତର ଦିବସ, ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଜାତୀୟ ଡାକ୍ତର ଦିବସ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏନେଇ ଏକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଟୁଇଟରେ ସେ ଲେଖିଛନ୍ତି ଯେ, ମହାମାରୀ କୋଭିଡ-୧୯ ସହ ଲଢ଼ିଥିବା ପ୍ରତ୍ୟେକ ଡାକ୍ତରଙ୍କ ପାଇଁ ମୁଁ ଗର୍ବିତ । ଡାକ୍ତର ଦିବସ ଅବସରରେ ମୁଁ ସେମାନଙ୍କୁ ସମ୍ବୋଧନ କରିବି । ଡାକ୍ତରମାନଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ଭାଗରେ ଡାକ୍ତର ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । ଗତ ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପିଏମ ମୋଦୀ ଡାକ୍ତର ରାଏଙ୍କୁ ମନେ ପକାଇଥିଲେ । ସେ କହିଥିଲେ ଯେ, ଜୁଲାଇ ୧କୁ ଜାତୀୟ ଡାକ୍ତର ଦିବାସ ରୁପେ ପାଳନ କରାଯିବ । ସମସ୍ତେ ଡାକ୍ତରମାନଙ୍କୁ ସମ୍ମାନ ଦେବା ଆବଶ୍ୟକ । କରୋନା ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ଡାକ୍ତରମାନେ ସୁନିଶ୍ଚିତ କରିପାରିଛନ୍ତି । ସୂଚନାଯୋଗ୍ୟ, ୧୯୯୧ରେ ଡାକ୍ତର ରାଏଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଡାକ୍ତର ଦିବସ ପାଳନ କରାଯାଉଛି ।ଆଜି ଜାତୀୟ ଡାକ୍ତର ଦିବସ, ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
