ଅଶାନ୍ତ ରାଜଧାନୀ ! ଝାରପଡ଼ା ଅଞ୍ଚଳରେ ଗୁଳିମାଡ, ଦୁଇ ଆହତ
ଭୁବନେଶ୍ୱର : ଅଶାନ୍ତ ରାଜଧାନୀ । ରାଜଧାନୀର ଝାରପଡ଼ା ଅଞ୍ଚଳରେ ଗୁଳିମାଡ। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ଜଗନ୍ନାଥ ନଗର ପ୍ରଜାପତି ମଣ୍ଡପ ଆଗରେ ହୋଇଥିବା ଗୁଳିମାଡରେ ୩୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟରଙ୍କ ଭାଇ ଶିଖର ଜେନା ଓ ତାଙ୍କ ପୁଅ ଆଲୋକ ଆହତ ହୋଇଛନ୍ତି । ରାସ୍ତାରେ ସାଇଡମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଗୁଳ ମାଡ ହୋଇଥିବା ଜଣାପଡିଛି। ପୋଲିସ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ।
ଗତ ବୁଧବାର ବିଳମ୍ବିତ ରାତିରେ ଝାରପଡ଼ାରେ ଗୁଳିକାଣ୍ଡ । ପୋଲିସ ସାମ୍ନାରେ ଗୁଳିମାଡ଼ କଲା ଦୁର୍ବୁତ୍ତ । ଗୋଟିଏ ବନ୍ଧୁକ ଜବତ ହୋଇଥିବା ଜଣାପଡିଛି । ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ, କାର ପାର୍କିଂ କରିବାକୁ ନେଇ ଗଣ୍ଡଗୋଳ ଓ ଉଭୟଙ୍କ ଭିତରେ ବଚସା ଭିତରେ ଦୁଇଟି ବନ୍ଧୁକ ଧରି ୧୨ ରାଉଣ୍ଡ ଗୁଳିମାଡ଼ କରିଥିଲା ଦୁବୃର୍ତ୍ତ ।
ସୂଚନା ଅନୁସାରେ ପ୍ରଭାତ ମାର୍ଥା ନାମକ ଯୁବକ ଦୁଇଟି ବନ୍ଧୁକ ଧରି ପୋଲିସ ସମ୍ମୁଖରେ ଗୁଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ଶ୍ରୀଧର ଜେନା। ଶ୍ରୀଧରଙ୍କ ବଡ଼ ଭାଇ ଶ୍ରୀଖର ଜେନାଙ୍କ ବାମ ପଟ ଗୋଡ଼ରେ ଗୁଳିମାଡ଼ ହୋଇଥିବା ବେଳେ ତାଙ୍କ ସାନ ପୁଅ ଆଲୋକ ଜେନାଙ୍କ ଡାହାଣ ପଟ ଗୋଡ଼ରେ ଗୁଳିମାଡ଼ ହୋଇଛି I ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
