ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଫଳ ପ୍ରକାଶିତ, ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ଟପ୍ପର
- ହାଇଦ୍ରାବାଦ ଜୋନ୍ ର ନାୟକାନ୍ତି ନାଗା ଭବ୍ୟା ଛାତ୍ରୀଙ୍କ ମଧ୍ୟରେ ଟପ୍ପର
ନୂଆଦିଲ୍ଲୀ : ଜେଇଇ ଆଡଭାନସଡ ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ଚେକ୍ କରିବା ପାଇଁ jeeadv.ac.in କୁ ଯାଇ ଫଳାଫଳ ଚେକ୍ କରିପାରିବେ । ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ୩୬୦ରୁ ୩୪୧ ମାର୍କ ରଖି ଟପ୍ପର ହୋଇଛନ୍ତି। ହାଇଦ୍ରାବାଦ ଜୋନ୍ ର ହିଁ ନାୟକାନ୍ତି ନାଗା ଭବ୍ୟା ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ସାମଗ୍ରିକ ଅଲ୍ ଇଣ୍ଡିଆ ରାଙ୍କ୍ ହେଉଛି ୫୬ ଓ ସେ ୨୯୮ ମାର୍କ ରଖିଛନ୍ତି ।
ଚଳିତବର୍ଷ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯାଇଥିଲା । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ରହିଥିଲା । ସେହିପରି ଦ୍ବିତୀୟ ସିଫ୍ଟ ୨.୩୦ ମିନିଟରୁ ୫.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା ଫଳ ଚେକ୍ କରିବା ପାଇଁ ପ୍ରାର୍ଥୀ ରେଜିଷ୍ଟ୍ରେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଲଗଇନ କରି ଦେଖିପାରିବେ । ଏ ବର୍ଷ ମୋଟ ୧୧୮୦୩୭୨ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପେପର -୧ ଓ ପେପର -୨ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୩୯୭୨୭ ଛାତ୍ର ଓ ୪୦୬୪୫ ଛାତ୍ରୀ ଥିଲେ । ଏ ବର୍ଷ ମୋଟ ୪୩ ହଜାର ୭୭୩ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏ ବର୍ଷ ଅଧିକାଂଶ ପରୀକ୍ଷାର୍ଥୀ ହାଇଦ୍ରାବାଦ ଜୋନରୁ ଯୋଗ୍ୟତା ହାସଲ କରିଛନ୍ତି।
କେମିତି ଚେକ୍ କରିବେ ରେଜଲ୍ଟ :
ଜେଇଇ ଆଡଭାନ୍ସ ପରୀକ୍ଷା ରେଜଲ୍ଟ ଦେଖିବା ପାଇଁ ଅଫିସିଆଲ ୱେବସାଇଟ୍ jeeadv.ac.in କୁ ଯାଆନ୍ତୁ ।
ତା’ ପରେ ହୋମ ପେଜରେ ରେଜଲ୍ଟ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ନିଜର ଆଇଡି ଏବଂ ପାସୱାର୍ଡ ଦେଇ ସବମିଟ୍ କରନ୍ତୁ ।
ଏବେ ସ୍କ୍ରିନରେ ରେଜଲ୍ଟ ଦେଖିବାକୁ ମିଳିବ ।
ଏହାପରେ ରେଜଳ୍ଟ ଉପରେ କ୍ଲିକ୍ କରି ଡାଉନଲୋଡ କରିଦିଅନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ ଚେକ୍ କରନ୍ତୁ :
https://result23.jeeadv.ac.in/
https://jeeadv.ac.in/documents/Paper1_Final_Answer_Keys.pdf
https://jeeadv.ac.in/documents/Paper2_Final_Answer_Keys.pdf
