ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍ବଲ୍ ପ୍ରତିଯୋଗିତା : ଆଜି ଭାରତ-ଲେବାନନ ଫାଇନାଲ୍ ମୁକାବିଲା
ଭୁବନେଶ୍ୱର : ଆଜି ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ ମଧ୍ୟରେ ଖେଳାଯିବ । ଆଜି ସନ୍ଧ୍ୟାରେ ଖେଳାଯିବ ମ୍ୟାଚ। ରାଉଣ୍ଡ ରବିନ ଲିଗରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିଲା ଲେବାନନ। ଭାରତ ଓ ଲେବାନନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଗୋଲଶୂନ୍ୟ ରହିଥିଲା । ଭାରତ ମଙ୍ଗୋଲିଆକୁ ୨-୦ ଗୋଲରେ ହରାଇଥିବା ବେଳେ ଭାନୁଆଟୁକୁ ଏକମାତ୍ର ଗୋଲରେ ପରାସ୍ତ କରିଥିଲା । ଆଜିର ଫାଇନାଲ ମ୍ୟାଚ ବେଶ୍ ରୋମାଞ୍ଚକର ହେବା ଆଶା କରାଯାଉଛି।
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଏହି ଫାଇନାଲ୍ରେ ଲେବାନନ୍କୁ ଭେଟିବ ଆୟୋଜକ ଭାରତ। ମୁମ୍ବାଇରେ ଆୟୋଜିତ ୨୦୧୮ ପ୍ରଥମ ସସ୍କରଣରେ ଭାରତ ୨-୦ରେ କେନିଆକୁ ହରାଇ ଟ୍ରଫି କରାୟତ୍ତ କରିଥିଲା। କିନ୍ତୁ ଅହମଦାବାଦରେ ଖେଳାଯାଇଥିବା ଗତ ସଂସ୍କରଣ (୨୦୧୯)ରେ ଭାରତ ଶେଷ ସ୍ଥାନରେ ରହିଥିଲା ବେଳେ କୋରିଆ ବିଜେତା ହୋଇଥିଲା। ୪ ବର୍ଷ ପରେ ଭୁବନେଶ୍ବରରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିଲା ବେଳେ ପ୍ରଥମ ଥର ଲାଗି ଭାରତ ଓଡ଼ିଶାର ରାଜଧାନୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛି। ଚଳିତ ପ୍ରତିଯୋଗିତାରେ ଭାରତ ୩ ମ୍ୟାଚ୍ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହି ଫାଇନାଲ୍ରେ ପହଞ୍ଚିଥିଲା। ଘରୋଇ ଦଳ ମଙ୍ଗୋଲିଆକୁ ୨-୦ ଓ ଭାନୁଆତୁକୁ ୧-୦ରେ ହରାଇଥିଲା ବେଳେ ଲେବାନନ୍ ସହ ଗୋଲ୍ ଶୂନ୍ୟ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ଲେବାନନ୍ ମଙ୍ଗୋଲିଆ ଓ ଭାରତ ସହ ଗୋଲ୍ ଶୂନ୍ୟ ଅମୀମାଂସିତ ରଖିଥିଲା ବେଳେ ଭାନୁଆତୁକୁ ୩-୧ ଗୋଲ୍ରେ ମାତ୍ ଦେଇଥିଲା। ଫିଫା ମାନ୍ୟତାରେ ଭାରତ (୧୦୧)ଠୁ ଲେବାନନ୍ (୯୯) ଆଗରେ ରହିଛି।
