୧୦ଟି ଜିଲା ପାଇଁ ନୂଆ ଦଳୀୟ ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟର ୧୦ଟି ଜିଲା ପାଇଁ ନୂଆ ଦଳୀୟ ସଭାପତିମାନଙ୍କର ନାମ ଘୋଷଣା କରିଛି କଂଗ୍ରେସ । ଏହା ସହ ନୂଆ ଶୃଙ୍ଖଳା କମିଟି ଓ ଇସ୍ତାହାର କମିଟି ଅଧ୍ୟକ୍ଷ ବି ଘୋଷଣା କରାଯାଇଛି ।
ଏଆଇସିସି ପକ୍ଷରୁ ଜିଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା ହୋଇଛି । କୋରାପୁଟ ଜିଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁର୍ଗାଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଛି । ଜିଲା ସଭାପତି ପଦ ନେଇ ଦୀର୍ଘ ଦିନ ଧରି ବାହିନୀପତି ଓ ଉଲାକା ଗୋଷ୍ଠୀ ମଧ୍ୟରେ ଲାଗିରହିଥିଲା ବିବାଦ । ନୂଆପଡାରେ ସୁରେଶ କୁମାର ଆଜାର୍, କେନ୍ଦୁଝରରେ ମୋହନ ପରିଡା, ପୁରୀରେ ଜୟରାମ ପଟ୍ଟନାୟକ, ଭଦ୍ରକରେ ଆଶୋକ ଦାସ, ଅନୁଗୋଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଅସିଫ୍ ଅଲ୍ଲୀ ଖାନ୍, ସୁନ୍ଦରଗଡରେ ଜନାର୍ଦ୍ଦନ ଦେହୁରୀ, ରାୟଗଡାରେ ବିଜୟ କୁମାର ଗମାଙ୍ଗୋ, ଦେବଗଡରେ ସେମ୍ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିଛି ।ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପଞ୍ଚାନନ କାନୁନଗୋ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାୟିତ୍ୱ ମିଳିଛି ।
