କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ପୁଣି ଥରେ ହତ୍ୟା ଧମକ, ଆକ୍ସନରେ ଦିଲ୍ଲୀ ପୋଲିସ୍
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ପୁଣି ଥରେ ହତ୍ୟା ଧମକ। କେନ୍ଦ୍ରମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ପୁଣି ଥରେ ଧମକପୂର୍ଣ୍ଣ କଲ୍ ଆସିଛି। ତେବେ ବାରମ୍ବାର ମିଳୁଥିବା ଏହି ଧମକ ଯୋଗୁଁ ହଇଚଇ ସୃଷ୍ଟି ହୋଇଛି। ସେପଟେ ଦିଲ୍ଲୀ ପୋଲିସ୍ ମାମଲାର ଯାଞ୍ଚରେ ଲାଗିପଡ଼ିଛି।
ଗତ ସୋମବାର ସନ୍ଧ୍ୟାରେ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହା ପରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ସୂଚନା ଦିଲ୍ଲୀ ପୋଲିସ୍କୁ ଦେଇଥିଲେ। ସୂଚନା ମିଳିବା ପରଠାରୁ ପୋଲିସ୍ ଆକ୍ଟିଭ ହୋଇଛି ଏବଂ ଯାଞ୍ଚରେ ଲାଗି ପଡ଼ିଛି। ଦିଲ୍ଲୀ ପୋଲିସ୍ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଏହା ପୂର୍ବରୁ ଦୁଇ ଥର ନିତୀନ ଗଡକରୀଙ୍କୁ ହତ୍ୟା ଧମକ ମିଳିଥିଲା। ଜାନୁଆରୀ ଏବଂ ମାର୍ଚ୍ଚରେ ନାଗପୁରରେ ତାଙ୍କ କାର୍ଯ୍ୟାଳୟ ଟେଲିଫୋନ୍କୁ କଲ୍ ଆସିଥିଲା। ଯେଉଁଥିରେ ତାଙ୍କୁ ମାରିବାକୁ ହତ୍ୟା ଧମକ ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଖବରକୁ ନିଶ୍ଚିତ କରିଥିବା ବେଳେ। ଦିଲ୍ଲୀ ପୋଲିସ୍ ଏହି ସୂଚନା ଦେଇଛି ଯେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ କର୍ମଚାରୀ ଏହି ସୂଚନା ଦେଇଛନ୍ତି । ପୋଲିସ ଘଟଣାର ସତ୍ୟତା ଯାଞ୍ଚ କରୁଛି। ଯାଞ୍ଚ ଜାରି ରହିଛି।
ସୂଚନା ଯେ, ଗତ ଜାନୁଆରୀରେ ୧୪ରେ ମିଳିଥିବା ଧମକପୂର୍ଣ୍ଣ କଲ୍ରେ ୧୦୦ କୋଟି ଦାବି କରାଯାଇଥିଲା। ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍ ନାମରେ ଦିଆଯାଇଥିଲା। ଦେଢ଼ ଘଣ୍ଟାରେ ତିନି ଥର ଧମକପୂର୍ଣ୍ଣ କଲ୍ କରାଯାଇଥିଲା। ଏହା ପରେ ମାର୍ଚ୍ଚ ୨୧କୁ ଦ୍ବିତୀୟ ଥର ଧମକ ଦିଆଯାଇଥିଲା।
