ଆଇପିଏଲ-୨୦୨୩ : ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଲକ୍ଷ୍ନୌ
ଚଣ୍ଡିଗଡ଼ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସ୍ଜି) ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ପଞ୍ଜାବର ଘରୋଇ ପଡ଼ିଆ ବିନ୍ଦ୍ରା ଷ୍ଟାଡିୟମ ମୋହଲିରେ ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଖେଳାଯିବ। ଏହି ପରିପ୍ରେକ୍ଷୀରେ ଟସ ଜିତି ପଞ୍ଜାବ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ । ଲକ୍ଷ୍ନୌ ତା’ର ଶେଷ ମ୍ୟାଚ ହାରିଥିବାବେଳେ ପଞ୍ଜାବ ମୁମ୍ବାଇ ବିପକ୍ଷରେ ବିଜୟୀ ହୋଇଥିଲା। ତେବେ ଦଳ ବୋଲିଂରେ ପରିବର୍ତ୍ତନ ଆଣିପାରେ। ଏହି ସମୟରେ ଲକ୍ଷ୍ନୌ ମଧ୍ୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ଲକ୍ଷ୍ନୌ ବିଜୟ ଆଶା ସହିତ ପଡ଼ିଆରେ ପ୍ରବେଶ କରିବା ନିଶ୍ଚିତ।
ରୋଇ ଗ୍ରାଉଣ୍ଡ୍ରେ ଏଲଏସଜିକୁ ମାତ୍ ଦେବାକୁ ଜୋରଦାର ଉଦ୍ୟମ କରିବ ପଞ୍ଜବ କିଙ୍ଗସ । ଗତ ୨୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା ପଞ୍ଜାବ କିଙ୍ଗ୍ସ । ବିଜୟ ସହ ଖେଳାଳିଙ୍କ ମନୋବଳକୁ ଦୃଢ ରହିଛି । ଆଜିର ମ୍ୟାଚ୍ ଜିତି ଶୀର୍ଷ ୪ରେ ରହିବା ଲକ୍ଷ୍ୟରେ ରହିଛି ଦଳ। ସେପଟେ ସୁପର ଜାଏଣ୍ଟ୍ସ ମଧ୍ୟ ୨୨ ତାରିଖରେ ଶେଷ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ବିଜୟ ସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସୁପର ଜାଏଣ୍ଟ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ କରିଛି । ଉଭୟ ଦଳ ଗତ ୧୫ ତାରିଖରେ ପରସ୍ପରକୁ ଭେଟିଥିଲେ । ପଞ୍ଜାବ କିଙ୍ଗ୍ସ ଉକ୍ତ ମ୍ୟାଚ୍କୁ ୨ ୱିକେଟ୍ରେ ଜିତିଥିଲା ।
ଆଜିର ମ୍ୟାଚ୍ରେ ଶିଖର ଧାୱନ ଚୂଡ଼ାନ୍ତ ଏକାଦଶକୁ ଫେରିବା ସମ୍ଭାବନା ରହିଛି । କାନ୍ଧରେ ଆଘାତ ଲାଗିବା ଯୋଗୁ ଗତ କିଛି ମ୍ୟାଚରୁ ବାଦ ପଡ଼ିଥିଲେ । ବର୍ତ୍ତମାନ ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଥିବାରୁ ପ୍ଲେଇଂ ଇଲେଭେନରେ ସ୍ଥାନ ପକ୍କା କରିପାରନ୍ତି। ଆଜି ମ୍ୟାଚରେ ଯୁବ ପେସ୍ ବୋଲର ଅର୍ଶଦୀପ ସିଂହଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ଘାତକ ବୋଲିଂ କରି ଦଳକୁ ବିଜୟୀ କରାଇଥିଲେ ।
ସୁପର ଜାଏଣ୍ଟ୍ସ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ବ୍ୟାଟିଂ ବିଭାଗ ସୁଦୃଢ ରହିଛି । କେବଳ ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ । ଫିଟ୍ ହୋଇ ଦଳକୁ ଫେରିଥିବା ପେସ୍ ବୋଲର ମହସିନ ଖାନ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି । ମାର୍କ ଉଡ୍ ମଧ୍ୟ ଫିଟ୍ ହୋଇସାରିଛନ୍ତି । ଆଜିର ମ୍ୟାଚ୍ରେ ନବୀନ ଉଲ-ହକ୍ଙ୍କ ସ୍ଥାନରେ ତାଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ମୋହାଲି ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ପେସ୍ ବୋଲରମାନେ ମଧ୍ୟ ଏଠାରେ ସଫଳ ହୋଇପାରିବେ । ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।
