ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ, ଶ୍ରଦ୍ଧାସୁମନ ପୂର୍ବକ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ପାଠ ପଢିବି, ଓକିଲ ହେବି, କାଳିଆ ଘୋଡ଼ାରେ ଚଢିବି, ମଧୁ ବାରିଷ୍ଟର ସଙ୍ଗେ ଲଢିବି। ସମସ୍ତଙ୍କ ତୁଣ୍ଡରୁ ଏ କଥା ଶୁଣିବାକୁ ମିଳେ । ତା’ର କାରଣ ହେଲା ମଧୁବାବୁଙ୍କ କାର୍ଯ୍ୟର ପରିସୀମା ଏତେ ବ୍ୟାପକ ଥିଲା ଯେ ତାଙ୍କୁ ଉତ୍କଳବାସୀ ଛୋଟ ପରିସୀମା ଭିତରେ ଦେଖି ପାରୁନଥିଲେ। ମଧୁବାବୁ ଥିଲେ ଉତ୍କଳ ଜନ ଜାଗରଣର ପ୍ରେରଣାଦାତା ଓ ନବ ଓଡ଼ିଶା ଗଠନର ଜନକ । ଆଜି ତାଙ୍କ ଜନ୍ମଦିନରେ ଶ୍ରଦ୍ଧାସୁମନ ପୂର୍ବକ ଶ୍ରଦ୍ଧାଞ୍ଜଳି ।
ସେ ଧର୍ମ ପରିବର୍ତ୍ତନ କରିଥିଲେ ସତ, କିନ୍ତୁ ଲଢ଼ୁଥିଲେ ଉତ୍କଳ ପାଇଁ ଉତ୍କଳର ଇଷ୍ଟଙ୍କ ପାଇଁ । ବ୍ରିଟିଶଙ୍କ ରାଜରେ ଲଢ଼ୁଥିଲେ, ବ୍ରିଟିଶଙ୍କ ବିରୋଧରେ। ଉତ୍କଳର ରାଜାଙ୍କ ପାଇଁ । ସ୍ବତନ୍ତ୍ର ଉତ୍କଳର କର୍ଣ୍ଣଦାର । କାରଣ ସେ ଭାବୁଥିଲେ, ଧର୍ମ ପରିବର୍ତ୍ତନ କଲେ ରାଷ୍ଟ୍ରୀୟତା ବଦଳେନି । ତାଙ୍କର ପ୍ରଚେଷ୍ଟାରେ ୧୯୩୬ ଅପ୍ରେଲ ୧ରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ପ୍ରତିଷ୍ଠା ହେଲା ଓଡ଼ିଶାର ।
ଜନଭାଗିଦାରୀତାରେ ବିକାଶ । ଓଡ଼ିଆଙ୍କ କଥା ଉତ୍କଳର କଥା ଥିଲା ତାଙ୍କର ସବୁ ଭାବନାର ମୂଳ ଲକ୍ଷ୍ୟ । ମଧୁବାବୁ କଟକର ସୁନାରୂପାର ତାରକସି କାମ ପାଇଁ ଘରେ ଏକ କର୍ମଶାଳାର ଆୟୋଜନ କରୁଥିଲେ । କାରିଗରମାନଙ୍କୁ ତାଲିମ ଦେଉଥିଲେ । ସୁନା, ରୂପା ଓ ଅନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ପାଇଁ ଦୈନିକ ବେତନ ଦେଉଥିଲେ । ଲଣ୍ଡନରେ ପ୍ରଦର୍ଶନୀର ଆୟୋଜନ ବି କରିଥିଲେ। ସେହିପରି ଉତ୍କଳ ଟାନେରୀର କଥା ଆମେ କେମିତି ଭୁଲିବା । ଉତ୍କଳ ଟ୍ୟାନେରୀ ଥିଲା କୋପରେଟିଭ ସୋସାଇଟି ମାନେ ଜନ ଭାଗିଦାରୀତାରେ ବିକାଶ ।
ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାତାମହୀ ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ । ସେଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ।
ପ୍ରଥମ ଓଡ଼ିଆ ବିଦେଶ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।
