ଆଇପିଏଲ-୨୦୨୩ : ଟସ ଜିତିଲା ବାଙ୍ଗାଲୋର, ପ୍ରଥମେ ବ୍ୟାଟିଂ କରିବ କୋଲକାତା
ବେଙ୍ଗାଲୁରୁ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୬ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ବୁଧବାର ସନ୍ଧ୍ୟା ସାଢେ ୭ଟା ସମୟରେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଟସ ଜିତି ବାଙ୍ଗାଲୋର ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କୋଲକାତା ।
ଗତ ୬ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହୋଇଥିଲା। ଏଥିରେ କୋଲକାତା ବିଜୟୀ ହୋଇଥିଲା । ଫଳରେ ଆଜିର ମ୍ୟାଚରେ ବାଙ୍ଗାଲୋର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଉଭୟ ଦଳର ପୂର୍ବ ରେକର୍ଡକୁ ଦେଖିଲେ କୋଲକାତାର ପଲା ଭାରି ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ କୋଲକାତା ୧୭ଟି ମ୍ୟାଚ୍ ଜିତିଥିବାବେଳେ ବାଙ୍ଗାଲୋର ୧୪ଟି ମ୍ୟାଚ୍ରେ ବିଜୟୀ ହୋଇଛି ।
ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଗତ ଚାରିଟି ମ୍ୟାଚ ହାରିଯିବାରେ ଲାଗିଛି। ଘରୋଇ ପଡ଼ିଆ ଇଡେନ ଗାର୍ଡେନରେ ମଧ୍ୟ ସେ ପରାଜୟର ସମ୍ମୁଖୀନ ହୋଇଛି। ୭ଟି ମ୍ୟାଚରୁ ଦୁଇଟି ବିଜୟ ସହ ଦଳ ସପ୍ତମ ସ୍ଥାନରେ ରହିଛି । ବ୍ୟାଟ୍ସମ୍ୟାନମାନେ ଆଶା ପୂରଣ କରିବାକୁ ସକ୍ଷମ ନୁହଁନ୍ତି। ଏହି ଦଳ ନିୟମିତ ଅଧିନାୟକ ଶ୍ରେୟାସ ଆୟର ଏବଂ ଅଲରାଉଣ୍ଡର ଶାକିବ ଅଲ ହାସନଙ୍କୁ ହରାଉଛି। ସିଜିନ ପୂର୍ବରୁ ଆଘାତ ଯୋଗୁ ଶ୍ରେୟସଙ୍କୁ ଖେଳିବାକୁ ଦିଆଯାଇ ନ ଥିଲା। ଏଭଳି ପରିସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ବିରାଟ କୋହଲି (କ୍ୟାପଟେନ), ଫାଫ ଡୁପଲେସିସ, ମହିପାଲ ଲୋମୋର, ଗ୍ଲେନ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭାସାଇ, ଡେଭିଡ ୱିଲି, ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ ରହିଛନ୍ତି।
କୋଲକାତା ନାଇଟ ରାଇଡର୍ସ : ଏନ ଜଗଦୀଶନ (ୱିକେଟ କିପର), ଜେସନ ରୟ, ଭେଙ୍କଟେଶ ଆୟର, ନୀତୀଶ ରାଣା (କ୍ୟାପଟେନ), ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, ଡେଭିଡ ୱିସେ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ଅଛନ୍ତି।
