ପରଲୋକରେ ଖ୍ୟାତନାମା ସାମ୍ୱାଦିକ ତଥା ଲେଖକ ତାରେକ ଫତହ
ନୂଆଦିଲ୍ଲୀ: ଖ୍ୟାତନାମା ସାମ୍ୱାଦିକ ତଥା ଲେଖକ ତାରେକ ଫତହଙ୍କ ୭୩ ବର୍ଷ ବୟସରେ ନିଧନ ହୋଇଛି । ସେ କ୍ୟାନ୍ସରରେ ପୀଡିତ ଥିଲେ ଏବଂ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ । ଝିଅ ନତାଶା ଫତହ ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ତାରେକଙ୍କ ମୃତ୍ୟୁ ନେଇ ଗୁଜବ ପ୍ରଚାର ହୋଇଥିଲା । ଏହାପରେ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଥିଲେ । ଟ୍ୱିଟରରେ ବି ତାରେକ ଫତହ ଟ୍ରେଣ୍ଡ କରିଥିଲା । ପରେ ତାଙ୍କ ସମ୍ପର୍କୀୟ ଏହି ଖବରକୁ ଖଣ୍ଡନ କରିଥିଲେ । କିନ୍ତୁ ଏଥର ତାଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି ।
ବାପାଙ୍କ ପରଲୋକରେ ଟ୍ୱିଟ୍ କରି ତାରେକ ଫତହଙ୍କ ଝିଅ ଲେଖିଛନ୍ତି, ‘ପଞ୍ଜାବର ସିଂହ । ହିନ୍ଦୁସ୍ତାନର ପୁଅ । କାନାଡାର ପ୍ରେମୀ । ସହ କହୁଥିବା । ନ୍ୟାୟ ପାଇଁ ଲଢୁଥିବା । ଶୋଷିତ ଏବଂ ବଞ୍ଚିତଙ୍କ ସ୍ୱର ତାରେକ ଫତକ ନିଜ ଅଭିଯାନ ଆଗକୁ ବଢାଇଛନ୍ତି । ତାଙ୍କର କ୍ରାନ୍ତି ସେହି ସମସ୍ତଙ୍କ ସହ ଜାରି ରହିବ ଯେଉଁମାନେ ତାଙ୍କୁ ଭଲ ପାଉଥିଲେ’। ଆପଣ ଆମ ସହ ଯୋଡ଼ି ହେବେ ?
ତାରେକ ଫତକଙ୍କ ଜନ୍ମ ୧୯୪୯ ନଭେମ୍ୱର ୨୦ରେ ପାକିସ୍ତାନର କରାଚୀରେ ହୋଇଥିଲା । ୧୯୮୭ରେ ସେ କାନାଡା ଚାଲି ଯାଇଥିଲେ । ନିଜ ରିପୋର୍ଟିଂ ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ । କାନାଡା ସହ ଦୁନିଆର ଅନେକ ପ୍ରମୁଖ ପତ୍ରିକା ଏବଂ ଖବର କାଗଜରେ ତାଙ୍କ ଲେଖା ପ୍ରକାଶ ପାଉଥିଲା । ଯଦିଓ ତାଙ୍କର ଜନ୍ମ ପାକିସ୍ତାନରେ ହୋଇଥିଲା, କିନ୍ତୁ ସେ ପାକିସ୍ତାନର ଦୋଷ ଦୁର୍ବଳତାକୁ ଉଜାଗର କରିବାରେ ପଛକୁ ହଟୁ ନଥିଲେ । ସେନା ଏବଂ କଟ୍ଟରପନ୍ଥୀଙ୍କ ବିରୋଧରେ ସେ ମୋର୍ଚ୍ଚା ଖୋଲିଥିଲେ । ୧୯୭୦ରେ ସେ କରାଚୀ ସନ୍ ପାଇଁ ଜଣେ ରିପୋର୍ଟର ଭାବେ କାମ ଆରମ୍ଭ କରିଥିଲେ । ୧୯୭୭ରେ ତାରେକ ଫତହଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ଜିଆ-ଉଲ ହକ ଶାସନରେ ତାଙ୍କୁ ସାମ୍ୱାଦିକ କରିବାରୁ ଅଟକା ଯାଇଥିଲା ।
