ଘର ପାଇଁ ଆପଣାନ୍ତୁ ଏହି ସବୁ ବାସ୍ତୁ ଟିପ୍ସ, ଦୂର ହେବ ସମସ୍ତ ସମସ୍ୟା
ଜ୍ୟୋତିଷଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ବ ଥାଏ। ବାସ୍ତୁ ଦୋଷ ଥିଲେ ଘରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ। ଫଳରେ ଘରର ସଦସ୍ୟ ଉନ୍ନତି କରିପାରନ୍ତି ନାହିଁ। ଆର୍ଥିକବସ୍ଥା ଖରାପ ହେବା ସହ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୁଏ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଉପାୟ ଅଛି ଯାହା ଘରକୁ ସୁଖ-ଶାନ୍ତି ଓ ସମୃଦ୍ଧି ଆଣିଥାଏ।
୧- ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ତେବେ ବାସ୍ତୁ ଅନୁସାରେ ଲକ୍ଷ୍ମୀଙ୍କ ଫଟୋକୁ ଉତ୍ତର ଦିଗରେ ରଖିଲେ ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ବାରା ଘରେ କୌଣସି ଅସୁବିଧା ହୁଏନାହିଁ। ଘରର ସଦସ୍ୟଙ୍କୁ ଧନପ୍ରାପ୍ତି ହୋଇଥାଏ।
୨- ବାସ୍ତୁ ଅନୁସାରେ ପାଣି ଟାଙ୍କି ଘରର ଛାତରେ ପଶ୍ଚିମ ଦିଗରେ ରଖିବା ଶୁଭ ହୋଇଥାଏ।
୩- ଘରର ଦକ୍ଷିଣ-ପଶ୍ଚିମ ଭାଗ ଉଚ୍ଚ ହେବା ଜରୁରୀ କାରଣ ଏହା ଘର ପାଇଁ ଶୁଭ ହୋଇଥାଏ। ଏହା ଘରକୁ ଉନ୍ନତି ଓ ଶାନ୍ତି ଆଣିଥାଏ।
୪- ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ଟାଙ୍ଗିବା ଶୁଭ ହୋଇଥାଏ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ।
୫- ଘରର ପୂର୍ବ ଓ ଉତ୍ତର ଦିଗରେ ଆଇନା ଲଗାଇବା ଆବଶ୍ୟକ। ଘରର ମୁଖ୍ୟ ଦ୍ବାରରେ କୌଣସି କାଚ ଜିନିଷ ଲଗାଇବା ଅନୁଚିତ୍। ଉତ୍ତର ଦିଗରେ ଆଇନା ଲଗାଇଲେ ଘରର ଆର୍ଥିକବସ୍ଥା ଭଲ ରହେ।
୬- ଘରକୁ ଖରାପ ଦୃଷ୍ଟି ଓ ନକରାତ୍ମକ ଶକ୍ତିରୁ ରକ୍ଷା କରିବା ପାଇଁ ମୁଖ୍ୟ ଦ୍ବାରରେ କଳା ରଂଗର ଘୋଡା ନାଲ ଲଗାଇବା ଉଚିତ୍। ପ୍ରବେଶ ବା ମୁଖ୍ୟ ଦ୍ବାରରେ ଏହା ଲଗାଇବା ଶୁଭ ହୋଇଥାଏ।
୭- ଘରର ବାଥରୁମ୍ ଓ ରୋଶେଇ ଘର ପାଖାପାଖି ରହିବା ଅନୁଚିତ୍। ବାଥରୁମ୍ରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ କିଛି ଲୁଣ ରଖିବା ଜରୁରୀ।
