ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର, ଆହୁରି ୩ ଦିନ କଲବଲ କରିବ ତାତି
ଭୁବନେଶ୍ୱର : ଆଜି ବି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି। ମଙ୍ଗଳବାର ସାଢେ ୨ଟା ସୁଦ୍ଧା ତିନିଟି ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି।୪୨ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁର ଓ ଭୁବନେଶ୍ଵରରେ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ସେଲସିୟସ ଥିଲା ।
ବିଭିନ୍ନ ସହରରେ ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ୪୨.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ଭୁବନେଶ୍ୱରରେ ୪୨.୨ ଡିଗ୍ରୀ, ସମ୍ବଲପୁରରେ ୪୨.୨ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, ହୀରାକୁଦରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୮ ଡିଗ୍ରୀ, ବାଲେଶ୍ୱରରେ ୩୫.୮ ଡିଗ୍ରୀ, ପୁରୀରେ ୩୪.୫ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୨.୮ ଡିଗ୍ରୀ ରହିଛି ।
ଏଣେ ରାଜ୍ୟରେ ଆହୁରି ତିନି ଦିନ ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି ହୋଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରରେ ପ୍ରଚଣ୍ଡ ତାତି ରହିବ। ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ। ଆସନ୍ତା ୩ ଦିନ ଏଭଳି ତାପମାତ୍ରା ଅଧିକ ରହିବ। ୨୧ ଓ ୨୨ ତାରିଖରେ କାଳବୈଶାଖୀ ବର୍ଷା ବଢିବ ।
